ଗଜପତିର ବନ୍ଦନାରାଣୀ ଓଏଏସ୍ ପାଇଲେ

0 1

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷାଫଳ ବାହାରିଛି। ଏଥିରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକର କରଡାସିଂ ପଞ୍ଚାୟତର ସ୍ୱର୍ଗତ ନଟବର ନାୟକ ଓ ରାଧାମଣୀ ଦେବୀଙ୍କର କନିଷ୍ଠା କନ୍ଯା ବନ୍ଦନାରାଣୀ ନାୟକ ୧୯୦ ରାଙ୍କ ରଖି ଓଡିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି।
ଜଣେ ମେଧାବୀ ଛାତ୍ରୀ ହିସାବରେ ସୁନାମ ଅର୍ଜନ କରିଥିବା ବନ୍ଦନା ୨୦୧୬ ମସିହାରେ ପ୍ରଥମଶ୍ରେଣୀରେ ଦଶମ ବୋର୍ଡ ପରୀକ୍ଷାରେ ପାରଳାଖେମୁଣ୍ଡି ସରସ୍ୱତୀ ଶିଶୁ ମନ୍ଦିରରୁ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ନିଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିରରୁ +୨ ବିଜ୍ଞାନରେ ପାସ୍ କରିଥିଲେ। ତାପରେ ଭୂବନେଶ୍ୱର ରମାଦେବୀ ମହିଳା ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନ (ଉଚ୍ଚମାନ) ରେ କୃତିତ୍ୱର ସହ ପାସ୍ କରି ବାଣୀବିହାରରୁ ପଦାର୍ଥ ବିଜ୍ଞାନରେ ପାସ୍ କରିଥିଲେ। ସେ ନିଜର ପ୍ରଥମ ଚେଷ୍ଟାରେ ଓଏଏସ୍ ପାଇବାରେ ସଫଳ ହୋଇଛନ୍ତି। କମ୍ ବୟସରେ ନିଜ ବାପାଙ୍କୁ ହରାଇଥିଲେ।ବାପା ଜଣେ ଶିକ୍ଷକ ଥିଲେ। ମା ବି ଜଣେ ଶିକ୍ଷୟତ୍ରୀ ଅଟନ୍ତି ତାଙ୍କରି ସହଯୋଗରେ ନିଷ୍ଠାର ସହ ଓଏଏସ୍ ପାଇବାରେ ସକ୍ଷମ ହୋଇଛନ୍ତି। ତାଙ୍କର ବଡ ଭଉଣୀ ଡିମ୍ପଲ ରାଣୀ ନାଏକ ଦିଗପହଣ୍ଡିରେ ଶିକ୍ଷକତା କରୁଛନ୍ତି। ଏହିଭଳି ବିରଳ ସଫଳତା ଆଣିଥିବାରୁ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳିଛି।

Leave A Reply

Your email address will not be published.