ନବରଙ୍ଗପୁର ୧୯. ୦୫.୨୦୨୬: ଅଶୋକ ସାହୁ,ଜିଲ୍ଲାପାଳଙ୍କ ଅଶୋକ ମେହେଟା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଙ୍କ ଅଧକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ବୈଠକର ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟ ସେପ୍ଟେମ୍ବର ୬ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।ଏହି ଭୋଟର ତାଲିକା ସଂଶୋଧନ ଯେଭଳି ତ୍ରୁଟିଶୂନ୍ୟ ଓ ସ୍ୱଚ୍ଛ ରହିବ ତା ଉପରେ ଗୁରୁତ୍ବ ଦିଆଯାଉଛି।ଏଥିପାଇଁ ସମସ୍ତ ରାଜନୈତିକ ଦଳକୁ ବୁଥ୍ ଲେଭେଲ୍ ଏଜେଣ୍ଟ (BLA) ନିୟୋଜିତ କରି ବୁଥ୍ ଲେଭେଲ୍ ଅଫିସର (BLO)ଙ୍କୁ ସହାୟତା କରିବାକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ବି ଏଲ ଓ ମାନେ ୨୦.୫.୨୦୨୬ ରୁ ୨୮ .୬.୨୦୨୬ ମଧ୍ୟରେ ଘର-ଘର ବୁଲି ଭୋଟର ତାଲିକାର ତଥ୍ୟ ସଂଗ୍ରହ କରିବେ। ଯାଞ୍ଚ ସମୟରେ ଯଦି କୌଣସି ଭୋଟର ଅନୁପସ୍ଥିତ ଥାଆନ୍ତି, ତେବେ ବୁଥ ସ୍ତରୀୟ ଅଧିକାରୀ ସେହି ଘରକୁ ଅତିକମରେ ୩ ଥର ଯିବେ ବୋଲି ନିର୍ଦେଶ ଦିଆଯାଇଛି। ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ( ସାଧାରଣ) ଡ଼ ପ୍ରମୋଦ କୁମାର ପୃଷ୍ଟି ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ବିଶ୍ୱଜିତ ବର୍ମନ, ମୁଖ୍ୟ ଉନ୍ନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର୍ବlନ, ଉପ ଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ଜିଲ୍ଲାର ଇ ଆର୍ ଓ, ଡେପୁଟୀ କଲେକ୍ଟର (ନିର୍ବାଚନ) ଚିନ୍ମୟ କୁମାର ସାହୁ ଏବଂ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଶ୍ରୀ କୁଞ୍ଜ ବିହାରୀ ଦାଶ ଓ ସରୋଜ କୁମାର ବେହେରା (ବିଜେପି ) ପ୍ରମୋଦ କୁମାର ରଥ (ବିଜେଡି ) ଶ୍ରୀ ମୁନା ତ୍ରିପାଠୀ ଓ ପ୍ରଦୀପ କୁମାର ସାହୁ (କଂଗ୍ରେସ ) ପ୍ରମୁଖ ଯୋଗ ଦେଇଥିଲେ ଏବଂ ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶୁତି ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post