ଗଳି-କନ୍ଦିରେ ମଦର ବନ୍ଯା

7

ଢାବା ଓ ରାସ୍ତା କଡ଼ରେରେ ଚାଲିଛି ଖୁଲାମଖୁଲା ମଦ ବିକ୍ରି, କୁମ୍ଭକର୍ଣ୍ଣ ନିଦ୍ରାରେ ଅବକାରୀ ବିଭାଗ

ସମ୍ବଲପୁର/କୁଚିଣ୍ଡା ୨୫/୧୧ (ଶାସକପ୍ରଶାସକ ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରାଞ୍ଚଳର ବିଭିନ୍ନ ସ୍ଥାନରେ ଏବେ ଦ୍ରୃତଗତିରେ ବଢ଼ି ଚାଲିଛି ମଦ୍ଯପଙ୍କ ମଦ ଆସର। ‘ସାହୁ ଢାବା’ ପାଖରେ ଥିବା ‘ଫରେନ୍ ଲିକର୍ ଅଫ୍ ସପ୍’ ରୁ ମଦ କିଣି ଆଖପାଖରେ ମଦ୍ୟପାନ କରି ମାତାଲି ଅବସ୍ଥାରେ ମଦ୍ୟପଙ୍କ ଭିଡ ସ୍ଥାନୀୟ ଅଞ୍ଚଳରେ ଶାନ୍ତି ହାନି କରିବା ସହ ଏକ ପ୍ରକାର ଅସନ୍ତୁଳିତ ଭୟ ପରିବେଶ ସୃଷ୍ଟି କରାଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଉକ୍ତ ଢାବାକୁ ପରିବାର ସହ ଖାଇବାକୁ ଆସୁଥିବା ମହିଳାମାନେ ବିଭିନ୍ନ ସମୟରେ ମଦ୍ୟପଙ୍କ ଅଶ୍ମୀଳ ଇଙ୍ଗିତ ଓ ଅଶ୍ମୀଳ ଭାଷାର ଶିକାର ହେଉଛନ୍ତି । ମଦ ଦୋକାନ ସାମ୍ନାରେ ସବୁବେଳେ ମଦ୍ୟପଙ୍କ ଭିଡ଼ ଲାଗି ରହୁଥିବା ଯୋଗୁଁ ମହିଳା ଓ ପିଲାମାନଙ୍କୁ ନେଇ ଢାବାକୁ ଖାଇବାକୁ ଯିବା ପାଇଁ ଯିବାକୁ ଭଦ୍ରଲୋକ ମାନେ ଭୟ କରୁଛନ୍ତି । ଢାବା ପରିସରରେ ମଦ ପିଇବା ପାଇଁ ଢାବା ମାଲିକ କିପରି ଅନୁମତି ସହ ସୁବିଧା ଯୋଗାଇ ଦେଉଛନ୍ତି ତାହା ଯେତିକି ବିସ୍ମୟ ସୃଷ୍ଟି କରାଉଛି, ଛୋଟୁ ଏଇଟା ଆଣ୍, ଛୋଟୁ ସେଇଟା ଆଣ୍ ଆଦେଶରେ ଶିଶୁ ଶ୍ରମିକ ମାନଙ୍କୁ ସଦା ସର୍ବଦା ମଦ୍ଯପ ମାନେ ଦଉଡାଉଥିବା ତଦନ୍ତ ସାପେକ୍ଷ । ସାଧାରଣ ଗ୍ରାହକଟିଏ ପରିବାର ସହ ଏହି ବାବାକୁ ଆସିଲେ ଖାଦ୍ଯ ଖାଇବା ଅପେକ୍ଷା ସସମ୍ମାନେ କିପରି ପରିବାର ସହ ସେଠାରୁ ଯିବେ ଚିନ୍ତା କରିଥାଆନ୍ତି । ସନ୍ଧ୍ୟା ବଢିବା ପରେ ଢାବାରେ ମଦ୍ୟପଙ୍କ ସଂଖ୍ୟା ବଢିଚାଲେ । ଅପରପକ୍ଷେ ଏହି ‘ଫରେନ୍ ଲିକର୍ ଅଫ୍ ସପ୍’ ରୁ ନିର୍ଦ୍ଧିଷ୍ଟ କେତେକ ଦଲାଲ ମଦ କିଣି ନେଇ ସହରାଞ୍ଚଳର ବିଭିନ୍ନ ଗଳି-କନ୍ଦିରେ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଅବକାରୀ ବିଭାଗର ନିଷ୍କ୍ରିୟତାର ସୁଯୋଗ ନେଇ ମଦ ଦୋକାନୀ ଜଣଙ୍କ ଦଲାଲ ମାନଙ୍କ ଦ୍ବାରା ଦୈନିକ କାର୍ଟୁନ୍ କାର୍ଟୁନ୍ ମଦ ବିକ୍ରି କରି ବେଶ୍ ମୁନାଫା ଉଠାଉଥିବା ବେଳେ ମାତ୍ରାଧିକ ମଦ୍ୟପଙ୍କ ଯୋଗୁଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପରିବେଶ ଏବେ ସମ୍ପୂର୍ଣ୍ଣ ବିଷାକ୍ତମୟ ହେବାରେ ଲାଗିଛି ।
ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକେ ପ୍ରଶାସନ ଆଗରେ ଦାବି ରଖିଛନ୍ତି । ଗଳି-କନ୍ଦିରେ ବେଆଇନ୍ ମଦ ବିକ୍ରିରେ ଅଙ୍କୁଶ ଲଗାଯାଉ । ଭଦ୍ର ପରିବାର ଓ ‌ମହିଳାମାନେ ନିର୍ଭୟରେ ଯେପରି ଖାଇବା ପାଇଁ ଉକ୍ତ ଢାବାକୁ ଯାଇ ପାରିବେ ସେଥିପାଇଁ ଉଚିତ୍ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.