ବ୍ରହ୍ମପୁର ସହର ଜନଗହଳି ପୂର୍ଣ୍ଣ ଗିରି ରୋଡ୍ ଠାରେ ରାତ୍ରୀ ୯ ଘଣ୍ଟା ସମୟରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ଯାହାକି ପୋଲିସ କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅସାମାଜିକ ଯୁବକ ମାନେ। କୌଣସି ଘଟଣାକୁ ନେଇ ରାସ୍ତାରେ ଯାଉଥିବା ଦୁଇ ସାଙ୍ଗ କୁ ଅଟକାଇ ଗାଡ଼ିରୁ ଟାଣି ଆଣି କିଛି ଯୁବକ ବାଉଁଶ ମୁଳି ଦ୍ଵାରା ନିର୍ଘାତ ମାଡ଼ ମାରି ଚାଲିଥିଲେ। କିନ୍ତୁ ରାସ୍ତା ରେ ଯାଉଥିବା ଯାତ୍ରୀମାନେ ଭୟଭୀତ ଆପତ୍ତି ମଧ୍ୟ କରି ପାରିନଥିଲେ । ଯାହାକି ଘଟଣାର ଭିଡିଓ ପ୍ରଘଟ ହୋଇଛି। ଏହି ଭଳି ପରିସ୍ଥିତିରେ ଦୁଇ ଜଣ ମଧ୍ୟରୁ ଯୁବତୀ ଜଣକ ମାଡ଼ ନମାରିବା ପାଇଁ କେତେ ନେହୁରା ହୋଇ କହିଲେ ମଧ୍ୟ ଆକ୍ରମଣକାରୀ ଯୁବକ ମାନେ ନିବୃତ୍ତ ହୋଇ ନଥିଲେ। ପରବର୍ତ୍ତୀ ସମୟରେ ଲୋକ ଗହଳି ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଦ୍ୱୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.