ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ଗୁଣପୁର ତା: ୧୯-୦୫-୨୦୨୬ରିଖ ଦିନ ଗୁଣପୁର ଉପ ଜିଲ୍ଲାପାଳଙ୍କ କକ୍ଷରେ ୧୩୮-ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳଙ୍କ ସହ ଆଲୋଚନା ହୋଇଥିଲା । ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକଙ୍କ ସମେତ ବିଜେପି ତରଫରୁ ବନମାଳୀ ଗମାଙ୍ଗ, କଂଗ୍ରେସ ତରଫରୁ ନୀଳମାଧବ ସାହୁ, ବିଜେଡି ତରଫରୁ ମନୋଜ କୁମାର ପାଣି, ବିଏସପି ତରଫରୁ କୈଳାସ ଶବର, ଶଶୀଧର ଶବର ପ୍ରମୁଖ ଯୋଗ ଦେଇଥିଲେ । ମୃତ, ଡୁପ୍ଲିକେଟ ଭୋଟରଙ୍କ ନାମ ବାଦଦେବା, ସ୍ଥାନାନ୍ତର ଭୋଟରଙ୍କ ନାମ ତନଖି କରିବା, ଭୋଟର ତାଲିକା ସଂଶୋଧନ କରିବା ଆଦି କାର୍ଯ୍ୟ ମଇ ମାସ ୩୦ତାରିଖରୁ ଆରମ୍ଭ ହୋଇ ଜୁନ ୨୮ତାରିଖ ପର୍ଯ୍ୟନ୍ତ ଚାଲିବ । ବିଏଲଓ ମାନେ ଘରକୁ ଘର ବୁଲୁ ମ୍ୟାପିଂ କରିବେ ଓ ସଠିକ, ପାରଦର୍ଶିତା ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପ୍ରତିଟି ଭୋଟରଙ୍କ ଠାରୁ ତଥ୍ୟ ସଂଗ୍ରହ କରିବେ । ବର୍ତ୍ତମାନ ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ୨୯୭ଭୋଟ ଗ୍ରହଣ କେନ୍ଦ୍ର ରହିଛି ଓ ମୋଟ ଭୋଟର ସଂଖ୍ୟା ୨୨୨୪୦୫ ଥିବା ବେଳେ ସେଥିରୁ ପୁରୁଷ ୧୦୬୯୭୭ ସ୍ତ୍ରୀ ୧୧୫୩୭୪ ଏବଂ ଅନ୍ୟାନ୍ୟ ୫୪ଜଣ ଭୋଟର ତାଲିକାଭୁକ୍ତ ହୋଇଛନ୍ତି । ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ବିଏଲଓ ମାନଙ୍କୁ ସମ୍ପୁର୍ଣ୍ଣ ସହଯୋଗ କରିବା ସହ ସଠିକ ତଥ୍ୟ ଯୋଗାଇ ଦେବା ନିମନ୍ତେ ଉପ ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳର ଉପସ୍ଥିତ ନେତା ମାନଙ୍କୁ ଅନୁରୋଧ କରିଥିଲେ । ରାଜନୈତିକ ଦଳ ତରଫରୁ ସମସ୍ତ ବୁଥରେ ବୁଥ ଲେବୁଲ ଏଜେଣ୍ଟ ନିୟଜିତ କରିବା ସହ ସେମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିବା ନିମନ୍ତେ ପରାମର୍ଶ ଦେବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଆଜିର ଏହି ବୈଠକକୁ ନିର୍ବାଚନ ବରିଷ୍ଠ ସହାୟକ ସୁଶାନ୍ତ କୁମାର ଦାସ, କନିଷ୍ଠ ସହାୟକ ରାଜେଶ କୁମାର ବିଶୋଇ, ଡିଇଓ ଅନନ୍ତ ବିଡିକା ପ୍ରମୁଖ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.