ମେଲଛାମୁଣ୍ଡା,(ମନୋଜ ଭୋଇ) : ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ପଲସାପାଲି ଗ୍ରା.ପ ଅଧିନସ୍ତ ଦକ୍ଷିଣ ନୂଆପାଲି ଗ୍ରାମରେ ଗତ ତିନି ଦିନ ବ୍ୟାପି ଚାଲିଥିବା ନୂତନ ଶିବ ମନ୍ଦିର ପ୍ରତିଷ୍ଠାଉତ୍ସବ ସୋମବାର ଦିନ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ନୂତନ ମନ୍ଦିରକୁ ପ୍ରାଣ ପ୍ରତିଷ୍ଠା କରିବା ସହ ମହାଦେବ ଶିବ ଓ ମାତା ପାର୍ବତୀଙ୍କ ଯୁଗଲ ବିଗ୍ରହ ସ୍ଥାପନ ପରେପ୍ରତିଷ୍ଠାଉତ୍ସବ ଶାନ୍ତଶୃଙ୍ଖଲାର ସହ ସମ୍ପୁର୍ଣ୍ଣ ହୋଇଯାଇଥିବାରୁ ଉତ୍ସବ କମିଟି ସଭାପତୀ ଯୋଗଶ୍ୱର ବରିହା, ଉପସଭାପତୀ ପାଣ୍ଡବ ପଟେଲ, ସଂପାଦକ ରାଜକୁମାର ବରିହା ଓ କୋଷାଧ୍ୟକ୍ଷ ଭକ୍ତରାମ ବରିହା ପ୍ରମୁଖ ଅଂଚଳବାସୀ ତଥା ସହଯୋଗୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶ ଯୋଗ୍ୟ ଯେ ଗତ ସନିବାର ଦିନ କଳସ ଯାତ୍ରା ସହ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା । ଅଂଚଳର ମା ଭଉଣୀ ମାନେ ଗ୍ରାମର ପୋଖରୀରୁ ୧୦୮ ପୁର୍ଣ୍ଣ କଳସ ଏକ ବର୍ଣ୍ଣଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ମନ୍ଦିର ସମ୍ମୁଖରେ ନର୍ମିତ ମଣ୍ଡପରେ ସ୍ଥାପନ କଲାପରେ ପଣ୍ଡିତ ଫୌଜିଲାଲ ନନ୍ଦ, ଅଶୋକ ପଣ୍ଡା, ଜୟପ୍ରକାଶ ନନ୍ଦ, ସୁରେନ୍ଦ୍ର ଦାସ, ସୁଶିଲ ଦାସ, ଓ ସୁବ୍ରତ ମିଶ୍ରଙ୍କ ମନ୍ତେ୍ରାଚାରଣରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ମନ୍ଦିର ପ୍ରତିଷ୍ଠା ପୂଜା କାର୍ଯ୍ୟରେ ବଲରାମ ମେହେରା ଓ ତାଙ୍କ ପତ୍ନୀ ଶୋଭାଗିନୀ ମେହେର ଏବଂ ସୁରେନ୍ଦ୍ର ମେହେର ଓ ତାଙ୍କ ପତ୍ନୀ ଜୟନ୍ତି ମେହେର କର୍ତା ଦାୟୀତ୍ୱ ତୁଲାଇଥିଲେ । ମନ୍ଦିର ପ୍ରତିଷ୍ଠା ଅବସରରେ ଏକ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠତା ହୋଇଥିଲା ଏଥିରେ ସୁରେନ୍ଦ୍ର ପଟେଲ ଓ ତାଙ୍କ ପତ୍ନୀ ଅଯୋଧ୍ୟା ପଟେଲ, ରୋହିତ ମାଝୀ ଓ ତାଙ୍କ ପତ୍ନୀ ସୁବାଶିନୀ ମାଝୀ, ମଧୁ ବରିହା ଓ ତାଙ୍କ ପତ୍ନୀ ସାବିତ୍ରୀ ବରିହା କର୍ତା ଦାୟୀତ୍ୱ ତୁଲାଇଥିଲେ । ଉକ୍ତ ଉତ୍ସବକୁ ଶନିବାର ଦିନ ସମାଜସେବୀ ରାଘୁ ଘିଭେଲା, ରବିବାର ଦିନ ସ୍ଥାନୀୟ ବିଧାୟକ ପ୍ରଦୀପ ପୁରୋହୀତ ଏବଂ ପୁର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା ଆମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତ୍ୟହ ସଂଧ୍ୟାରେ ଉପସ୍ଥତ ଭକ୍ତ ମାନଙ୍କ ପାଇଁ ଅନ୍ନ ଭୋଗ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ସବୁକୁ ମହାଦେବ, ନନ୍ଦଲାଲ, ନରେନ୍ଦ୍ର, ଲକ୍ଷ୍ମଣ, କୃଷ୍ଣ, ଉମେଶ, ବାବୁଲାଲ, ବିଷ୍ଣୁ, ଶାନ୍ତାନୁ, ଜୈନେକ, ରଘୁମଣି, ଗଣେଶ୍ୱର, ପ୍ରଫୁଲ୍ଳ, ଯୁବରାଜ, ଜଦୁ, ଦାସ ଓ ଭିମ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.