କୁଚିଣ୍ଡା,(ଅଜୟ କୁମାର ବାଘ) : ଦୁଇ ବର୍ଷ ହେବ ଲଘୁଚାପ ଜନିତ ଲଗାଣ ବର୍ଷାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଲାଡ ଗ୍ରାମର ବୃଦ୍ଧା ମହିଳା ଉକିଆ ରାଉତଙ୍କ ଘରଟି ଭାଙ୍ଗି ଯାଇଛି। ଫଳରେ ଭାଙ୍ଗି ଯିବାରୁ ରହିବା ଓ ରୋଷେଇବାସ କରିବା ପାଇଁ ଏବେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ପରିବାର କହିଲେ ଉକିଆଙ୍କ ସମେତ ବୃଦ୍ଧ ସ୍ୱାମୀ ଓ ଦୁଇ ପୁଅ ବିବାହ ପରେ ପୁଅ ଦିଜଣ ଅଲଗା ଅଲଗା ରହିବା ଓ ରୋଷେଇ କରି ସେମାନେ ରହୁଛନ୍ତି l ବୃଦ୍ଧ ବାପା ଓ ବୃଦ୍ଧା ମାଙ୍କ କଥା ପୁଅ ମାନେ କେହି ବୁଝୁନାହାନ୍ତି । ଉକିଆଙ୍କୁ ସରକାରୀ ସହାୟତା କହିଲେ । କୁଚିଣ୍ଡା ଆର୍ ଆଇ ଅଫିସରୁ ତ୍ରିପାଲ ଖଣ୍ଡିଏ ଯାହା ମିଳିଥିଲା ତାହା ମଧ୍ୟ ଚିରି ନଷ୍ଟ ହୋଇଗଲା । ଗ୍ରାମ ପଞ୍ଚାୟତରୁ ଯେଉଁ ବାର୍ଦ୍ଧକ୍ୟ ଭତ୍ତା ମିଳେ ସେହି ଟଙ୍କାରୁ ତ୍ରିପାଲ କିଣି ଘରକୁ ଟାଙ୍ଗିଛନ୍ତି। ଘର ତିଆରି କରିବା ପାଇଁ ବୃଦ୍ଧ ବୃଦ୍ଧା ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଭଲ ଘର ଖଣ୍ଡେ ନିର୍ମାଣ କରିବାକୁ ସକ୍ଷମ ନୁହଁନ୍ତି । ପଞ୍ଚାୟତରୁ ଯେଉଁ ବାର୍ଦ୍ଧକ୍ୟ ଭତ୍ତା ଓ ୧୦ କେଜି ଚାଉଳ ମିଳେ ସେମାନେ କଷ୍ଟେ ମଷ୍ଟେ ଚଲିଯାଆନ୍ତି ବୋଲି ଉକିଆ କହିଛନ୍ତି। ଘର ଖଣ୍ଡିଏ ପାଇଁ ୱାର୍ଡ଼ ମେମ୍ବରଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ବହୁବାର ଗୁହାରି କରିଥିଲେ ମଧ୍ୟ ତାଙ୍କ କଥା କେହି କର୍ଣ୍ଣପାତ କରୁନଥିବା ସେ କହିଛନ୍ତି। ଆଗକୁ ବର୍ଷା ଥିବାରୁ କେମିତି ଏହି ଭଙ୍ଗା ଘରେ ରହିବୁ ବୋଲି ବୃଦ୍ଧ ବୃଦ୍ଧା କାନ୍ଦିକାନ୍ଦି କହିଛନ୍ତି। ଯଥାଶିଘ୍ର ଉପଯୁକ୍ତ ତଦନ୍ତ କରି ଘର ଖଣ୍ଡିଏ ଯୋଗାଇଦେବାକୁ ରାଜ୍ୟ ସରକାର ଓ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post