ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ସାଧାରଣ ବୈଠକ ।

0 2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ମାଲକାନଗିରି ଶାଖାର ସାଧାରଣ ସଭା ଜିଲ୍ଲା ସଂଘ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ମାଲକାନଗିରି ଶାଖାର ସଭାପତି ଇଂ. ପ୍ରଶାନ୍ତ କୁମାର ବେହେରା ସଭାପତିତ୍ବ କରିଥିବା ବେଳେ ମଣ୍ଡଳ ସଭାପତି ଇଂ କୃତିବାସ ନାଯକ ସଭା ପରିଚାଳନା କରିଥିଲେ । ସାଧାରଣ ସଭାରେ ଡିପ୍ଲୋମା ଇଞ୍ଜିନିୟରମାନଙ୍କୁ ସଂଘର ବିଶେଷତା, ସଂଗଠନକୁ ଶୃଙ୍ଖଳିତ ଅଉ ଦୃଢ଼ କିପରି କରିହେବ ସେନେଇ ଆଲୋଚନା ହୋଇଥିଲା । ଏହା ସହ ସଂଘର ୭ ଦଫା ଦାବି ପୁରଣ ପାଇଁ ଖୁବଶୀଘ୍ର ସରକାରଙ୍କ ଦୃଷ୍ଟି ଗୋଚର କରାଯିବା ନେଇ ଆଲୋଚନା କରାଯାଇଥିଲା। ୭ ଦଫା ଦାବି ଗୁଡିକ ହେଲା, କନିଷ୍ଠ ଯନ୍ତ୍ରୀଙ୍କ ପଦବୀରୁ ସହକାରୀ ଯନ୍ତ୍ରୀ ପଦୋନ୍ନତି ସମୟ ସୀମାକୁ ୧ବର୍ଷ ରଖିବା, ଡିପ୍ଲୋମା ଇଞ୍ଜିନିୟର ମାନଙ୍କୁ ସହକାରୀ ଯନ୍ତ୍ରୀରୁ ସହକାରୀ ନିର୍ବାହୀ ଯନ୍ତ୍ରୀକୁ ପଦୋନ୍ନତି ହାର ଶତକଡା ୪୦ଭାଗରୁ ବଢାଇ ଶତକଡା ୫୦ ଭାଗ କରିବା। ୨୦୦୩ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା କନିଷ୍ଠ ଯନ୍ତ୍ରୀଙ୍କ ଠିକା ସମୟକୁ ବିଚାରକୁ ନେଇ କାର୍ଯ୍ୟରେ ଯୋଗ ଦେବା ଠାରୁ ସମସ୍ତ ସୁବିଧା ଦେବା, ସମସ୍ତ ଡିପ୍ଲୋମା ଇଞ୍ଜିନିୟରଙ୍କ ପାଇଁ ଗୋଟିଏ କ୍ୟାଡର ନିୟମ ପ୍ରଚଳନ କରିବା, ଡିପ୍ଲୋମା ଇଞ୍ଜିନିୟରଙ୍କୁ ୪ ଥାକିଆ ଏସ୍ଏସପି ପ୍ରଦାନ କରିବା, ପୁରାତନ ପେନସନ ଲାଗୁ କରିବା ଓ ଡିଗ୍ରୀ ଧାରୀ ଡିପ୍ଲୋମା ଇଞ୍ଜିନିୟର ଙ୍କୁ ୨ଟି ଇଂକ୍ରିମେଣ୍ଟ ଦେବା ଇତ୍ୟାଦି I ସଭାପତି ପ୍ରଶାନ୍ତ ବେହେରା ଏହି ବୈଠକରେ ପ୍ରକାଶ କରିଛନ୍ତି ଯେ, ଆଗାମୀ ୧୫ ତାରିଖ ସୁଦ୍ଧା ସବୁ ବ୍ଲକରେ ବ୍ଲକ ସ୍ତରୀୟ କମିଟି ତିଆରି କରାଯିବ । ଆଗାମୀ ଦିନରେ ସରକାରଙ୍କୁ ୭ ଦଫା ଦାବି ପାଇଁ ଦୃଷ୍ଟି ଆକର୍ଷଣ କରାଯିବା ଦରକାର ପଡିଲେ ଦାବି ପୂରଣ ନହେଲେ ବିଧାନସଭା ଆଗରେ ଧାରଣ ମଧ୍ଯ ଦିଆଯିବ । ଏହି ଦାବି ପାଇଁ ସମସ୍ତଙ୍କ ସହଯୋଗ ଦରକାର ବୋଲି ସେ ପ୍ରକାଶ କରିଥିଲେ । ଏହି ସଭାରେ ସମ୍ପାଦିକା ଇଂ. ସୁଦୀପ୍ତା ସାହୁ, ସଭାପତି ଇଂ ଚୈତନ୍ୟ ସାଗର, ଇଂ. ପିଥା ସୋରେନ ଓ ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତବିଭାଗ, ପଞ୍ଚାୟତ ରାଜ, ଜଳଯୋଗାଣ, ଜଳସେଚନ, ଆଇଟିଡିଏ ଆଦି ବିଭିନ୍ନ ବିଭାଗର ବହୁ ଡିପ୍ଲୋମା ଇଞ୍ଜିନିୟର ଯୋଗ ଦେଇଥିଲେ । ଶେସରେ ସଂଘର ଉପଦେଷ୍ଟା ଇଂ.କାର୍ତ୍ତିକ ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.