ଓଡ଼ଗାଁ, ୮।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପରିସରରେ ଶୁକ୍ରବାର ଅପରାହ୍ନରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଅଙ୍ଗନବାଡି କର୍ମୀ ଏବଂ କୈଶୋରୀ ମାନଙ୍କ ସହିତ ହେଉଥିବା ସାଇବର କ୍ରାଇମ, କୈଶୋରୀ ବାଳିକା ମାନଙ୍କ ପ୍ରତି ହେଉଥିବା ଅପରାଧ ଓ ତାର ପ୍ରତିକାର ନିମନ୍ତେ ଆଭାସୀ ମାଧ୍ୟମରେ ସିଧାସଳଖଭାବେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କ ବାର୍ତ୍ତାଳାପ ଶୁଣି ଅନେକାଂଶରେ ପ୍ରଭାବିତ ହୋଇଥିଲେ । ପ୍ରଥମ କରି ଓଡ଼ିଶାରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କ ଏଭଳି ଅଭିନବ ପ୍ରୟାସ ଜୁଭେଣ୍ଟିକା କାର୍ଯ୍ୟକ୍ରମରେ ଓଡ଼ିଶାର ୫ ଶହ ଥାନାରୁ ୧୫ ହଜାର କିଶୋର କୈଶୋରୀ ମାନେ ଅଂଶଗ୍ରହଣ କରି ଅଂଶୀଦାର ହୋଇ ମହାନିର୍ଦ୍ଦେଶକଙ୍କ ବାର୍ତ୍ତାରେ ପ୍ରଭାବିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଅବସରରେ ଓଡ଼ଗାଁ ଆଦର୍ଶ ଥାନା ପରିସରରେ ପୋଲିସ ପ୍ରଶାସନ ତରଫରୁ ଡିଏସପି ଡୋମାନ୍ ଟୁଡୁ, ଆଇଆଇସି ସତ୍ୟନାରାୟଣ ବାରିକ, ଏସ୍ଆଇ ଚକ୍ରଧର ସିଂ, ଏଏସ୍ ଆଇ ମନୋଜ କୁମାର ଦେହୁରୀ ଏବଂ ବରିଷ୍ଠ ଆଇନଜୀବୀ ଇନ୍ଦୁ ଭୁଷଣ ମିଶ୍ର, ସରକାରୀ ଓକିଲ ମନୋଜ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ଓଡ଼ଗାଁର ସାମ୍ବାଦିକ ମାନେ ମଧ୍ୟ ଯୋଗ ଦେଇଥିଲେ । ଏଏସ୍ ଆଇ ଟିଟୁବାଳା ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.