ପାରାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଶୁକ୍ରବାର ) ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ହୋଇଥିଲା। ମାନବବାଦି ସମାଜସେବକ ଜେନ୍ ହେନରୀ ଡୁନଣ୍ଟଙ୍କ ସମ୍ମାନରେ ତାଙ୍କ ଜନ୍ମଦିବସରେ ପ୍ରତି ବର୍ଷ ମଇ ଆଠ ତାରିଖରେ ବିଶ୍ବ ରେଡକ୍ରସ୍ ଦିବସ ପାଳନ କରାଯାଇଥାଏ।
ଏହି ଅବସରରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନ୍ନାଗା ରେଡକ୍ରସ୍ ସଂଗଠନ ର ମହତ୍ତ୍ଵ ଓ ସମାଜର ପୁନରୁଦ୍ଧାର ରେ ତା’ର ଭୂମିକା ବିଷୟରେ ସୁନ୍ଦର ଅଭିଭାଷଣ ପ୍ରସ୍ତୁତ କରି କହିଥିଲେ “ଆଜିର ଏହି ଯୁଦ୍ଧ ବିଭୀଷିକା ଦୁନିଆ ମଧ୍ୟରେ ରେଡକ୍ରସ୍ ଶତ୍ରୁ-ମିତ୍ର ର ଭେଦଭାବରୁ ଉର୍ଦ୍ଧ୍ଵ କୁ ଯାଇ ମାନବ କଲ୍ୟାଣ ନିମନ୍ତେ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟରତ। ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ ମାଧବାନନ୍ଦ ନାୟକ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ ମଞ୍ଚାସୀନ ହୋଇ ନିଜ ନିଜ ବକ୍ତବ୍ୟ ରଖିଥିଲେ। ସଭା ପରିଚାଳନା ଦାୟୀତ୍ବରେ ଡେପ୍ୟୁଟି କଲେକ୍ଟର ଏମର୍ଜେନ୍ସୀ ଶ୍ରୀ ବିନାୟକ ଚନ୍ଦ୍ର ରାଉଳ ରହି ଜିଲ୍ଲା ରେଡକ୍ରସ୍ ବିଷୟ ରେ ଅନେକ ତଥ୍ୟ ପ୍ରଦାନ କରିଥିଲେ। ବିଗତ ବର୍ଷରେ ଜିଲ୍ଲାରୁ ମୋଟ ୨୬,୫୩,୮୩୦ ଟଙ୍କା ରେଡକ୍ରସ୍ ପାଣ୍ଠି ପାଇଁ ସଂଗୃହିତ ହୋଇଥିଲା। ଏହି ପାଣ୍ଠିକୁ ସର୍ବାଧିକ ୧୬,୬୩,୮୫୦ ଟଙ୍କାର ଅନୁଦାନ କରିଥିବାରୁ ଆର୍ ଟି ଓ ବିଭାଗକୁ ପୁରସ୍କୃତ କରାଯାଇଥିଲା। ସର୍ବାଧିକ ରକ୍ତଦାନ ପାଇଁ ସରକାରୀ ଏସ ଏସ ଡି ଉଚ୍ଚବିଦ୍ୟାଳୟ ମୋହନା କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଗତ ଅପ୍ରେଲ ମାସ ଓଡ଼ିଆ ପକ୍ଷରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ସମସ୍ତଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏ ବର୍ଷର ପ୍ରସଙ୍ଗ ‘ମାନବତାରେ ଏକତା’ କୁ ସମସ୍ତ ବକ୍ତା ନିଜ ନିଜ ଅନୁସାରେ ସୁନ୍ଦର ଭାବରେ ବ୍ୟାଖ୍ୟାନ କରିଥିଲେ । ସମାଜ ମଙ୍ଗଳ ପାଇଁ ରେଡକ୍ରସ୍ ସାଙ୍ଗରେ ଯୋଡ଼ି ହେବା ପାଇଁ ମୁଖ୍ୟ ଅତିଥି ସମସ୍ତ ଜିଲ୍ଲା ବାସୀଙ୍କୁ ଆହ୍ବାନ କରିଥିଲେ।
ଉକ୍ତ ବୈଠକରେ ଜିଲ୍ଲାଧିକାରୀଗଣ , ଜିଲ୍ଲାର ସମାଜସେବୀ ଓ ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.