ବେଲଗୁଣ୍ଠା: ୦୭/୦୫,(ଶିବରାମ ଚୌଧୁରୀ )-ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା, ପବନ ସହ ଘଡଘଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ – ଲୁଦୁଲୁଦି ଛକ ରାସ୍ତାରେ ଏକ ବିରାଟ କେନ୍ଦୁ ଗଛ ଉପୁଡ଼ି ପଡ଼ିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।ଏହି ବଡ ପୁରୁଣା ଗଛ ପଡ଼ିବା ଫଳରେ ଗୁରୁତ୍ୱପୂର୍ଣ୍ଣ ବ୍ରହ୍ମପୁର-ଫୁଲବାଣୀ ରାସ୍ତାରେ ପ୍ରାୟ ଏକ ଘଣ୍ଟା ଧରି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିବା ସହ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।ରାସ୍ତା ଅବରୋଧ ନେଇ ଖବର ପାଇବା ମାତ୍ରେ ଭଞ୍ଜନଗର ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଗଛ କାଟି ରାସ୍ତା ସଫା କରିବା ପରେ ପୁନର୍ବାର ଯୋଗାଯୋଗ ସମ୍ଭବ ହୋଇଛି ଏବଂ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି।ବର୍ଷା ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିବାରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି। ଅନ୍ଧାର ଏବଂ ବର୍ଷା ପ୍ରଭାବରେ ସ୍ଥାନୀୟ ଲୋକେ ବହୁତ ହଇରାଣ ହେଉଥିବା ଦେଖିବାକୁ ମିଳିଛି।
Sign in
Sign in
Recover your password.
A password will be e-mailed to you.