ସୁବର୍ଣ୍ଣପୁର ଜିଲ୍ଲା ୭!୫(ପ୍ରକାଶ କୁମାର ହାତୀ ):ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା ସିଲାଟି ରାସ୍ତା ରେ ଏକ ବରଗଛ ଡାଳରେ ଯୁବକ ଯୁବତୀ ଙ୍କ ଝୁଲନ୍ତା ଶରୀର ଦେଖିବାକୁ ମିଳିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପରେ ପରେ ବଲାଙ୍ଗୀର ରୁ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣା ସ୍ଥଳରେ ପହଂଚି ତନ୍ନ ତନ୍ନ କରି ଅନୁଧ୍ୟାନ କରିଥିଲେ l ଉଭଜ ଦୁହିଁଙ୍କ ପରିବାର ଲୋକେ ଘଟଣା ସ୍ଥଳକୁ ପହଞ୍ଚି ଥିଲେ। ଯୁବକ ଜଣକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଲଚ୍ଛିପୁର ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ବାଜୀଖୋଲ ଗ୍ରାମର ରିତେଶ ଝାଙ୍କର (୨୨) ବୋଲି ଜଣାପଡ଼ିଥିବା ବେଳେ ନାବାଳିକା ଝିଅ ଜଣକ ବିନିକା ବ୍ଲକ୍ ମେଘଳା ପଞ୍ଚାୟତ କଅଁରଡେରା ର ଝରଣା ଧରୁଆ (୧୪), ରିତେଶ ଙ୍କ ଗ୍ରାମ ବାଜିଖୋଲ ରେ ଝରଣା ଙ୍କ ସମ୍ପର୍କୀୟ ଘର ଥିବାରୁ ଝରଣା ସେହି ଗାଁ କୁ ଯାଇଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଉଭୟ ବିବାହ ହେବାକୁ ଯାଉଥିବା ବେଳେ ଝିଅର ବୟସ କମ୍ ଥିବାରୁ ପୁଅ ଘର ରାଜି ହୋଇନଥିଲେ ତେଣୁ ଦୁଇ ପ୍ରେମୀ ଯୁଗଳ ତାମିଲନାଡୁ ପଳେଇ ଯାଇଥିଲେ। ଗତକାଲି ସେମାନେ ତାମିଲନାଡୁ ରୁ ଆସିଥିବାବେଳେ ପୁଅ ଘର ଲୋକ ଉଭୟଙ୍କୁ ଝିଅ ଘର ମେଘଳା କୁ ନେଇ ଝିଅକୁ ମା ଘରେ ଛାଡି ବାକୁ କହିଥିଲେ ମାତ୍ର ପ୍ରେମୀଯୁଗଳ ଏଥିରେ ରାଜି ନହୋଇ ରାତିରେ ପଳେଇଆସି ବରଗଛ ରେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଜଣାଇଥିଲେ।ତେବେ ପୋଲିସ ର ଅନୁସନ୍ଧାନ ପରେ ପ୍ରକୃତ ରହସ୍ୟ ରୁ ପରଦା ଉଠିବ।
Sign in
Sign in
Recover your password.
A password will be e-mailed to you.