ଭୁବନେଶ୍ୱର: ଏକ ନମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟରେ ସଦ୍ୟ ପ୍ରକାଶିତ ମେଟ୍ରିକ ପରୀକ୍ଷାରେ ଶ୍ରେଷ୍ଠତା ପ୍ରଦର୍ଶନ କରି ଥିବା କୃତି ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା l ଏହି ସଭାରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାସ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶାନ୍ତା ଦାସ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି,ପଞ୍ଚଶଖା ସେତୁର ସଭାପତି ତଥା ପୂର୍ବତନ ଛାତ୍ର ଡକ୍ଟର ମଧୁମାଧବ ଜେନା, ଓକିଲ, ଉପସଭାପତି ତଥା ପୂର୍ବତନ ଛାତ୍ର ଶ୍ରୀ ଶୀଳଭଦ୍ର ଶାସ୍ତ୍ରୀ ଓକିଲ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ ତଥା ସ୍କୁଲର କର୍ମଚାରୀ ମାନଙ୍କୁ ନେଇ ଏ ସଭାଟି ଆୟୋଜିତ ହୋଇଥିଲା l
ଚଳିତ ଶିକ୍ଷାବର୍ଷ ଦୁଇ ହଜାର ପଚିଶ ଛବିଶରେ ବିଦ୍ୟାଳୟର ଫଳାଫଳ ଅତି ଉଚ୍ଚକୋଟିରେ ହୋଇଛି l ପ୍ରକାଶ ଯୋଗ୍ୟ କି ଏହି ପରୀକ୍ଷାରେ A /1 ଗ୍ରେଡ଼ରେ ଜଣେ ସର୍ବୋଚ୍ଚ ନମ୍ବର (95.3%) ରଖିଛନ୍ତି ଏ ଦୁଇ ଗ୍ରେଡ଼ରେ ସାତ ଜଣ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟକୁ ଗୌରବାନ୍ବିତ କରିଛନ୍ତି l ବିଦ୍ୟାଳୟର ଫଳାଫଳ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ଅଞ୍ଚଳରେ ଏକ ନମ୍ବରରେ ସ୍ଥାନ ପାଇଛି ଏବଂ ଖୋର୍ଦ୍ଧା ଜିଲ୍ଲା ତଥା BMC ଅଞ୍ଚଳରେ ଏହି ବିଦ୍ୟାଳୟ ଦ୍ଵିତୀୟ ସ୍ଥାନ ଅଧିକାର କରିଛି l ଶ୍ରୀମାନ ବିଶ୍ଵଜିତ ନାୟକ ଯିଏକି ଏ /ଏକ ଗ୍ରେଡ଼ରେ ପଞ୍ଚାନବେ ଦଶମିକ ତିନି ରଖି ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି, ତାଙ୍କୁ ତାଙ୍କର ସଂଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଅନ୍ୟ ସମସ୍ତ ସଫଳ ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷୟିତ୍ରୀମାନଙ୍କ ପ୍ରଚେଷ୍ଟା ମାର୍ଗଦର୍ଶନ ଓ ଆଶୀର୍ବାଦକୁ ଶ୍ରେୟ କରିଛନ୍ତି ବୋଲି ସମସ୍ତ କୃତକାର୍ଯ୍ୟ ହୋଇଥିବା ଛାତ୍ରେ ଛାତ୍ରୀମାନେ ପ୍ରକାଶ କରିଛନ୍ତି I
କୃତି ଛାତ୍ରୀ ଅନିଶା ପ୍ରିୟଦର୍ଶିନୀ,ଶ୍ରାବଣୀ ସାହୁ, କୃତି ଛାତ୍ର ଶ୍ରୀ ଅରିନ୍ଦମ ସାହୁ, ଲକ୍ଷ୍ମୀକାନ୍ତ ଜେନା, ଦିବ୍ୟାଂଶୁ ମିଶ୍ର, ଆଦିତ୍ୟ ଆଚାର୍ଯ୍ୟ ଓ ଅନିଲ ନାଥ ଭବିଷ୍ୟତରେ ଭଲ ମଣିଷ ହୋଇ ସମାଜର ସେବାରେ ନିଜକୁ ଉଛର୍ଗିତ କରିବେ ବୋଲି ପ୍ରକାଶ କରିଛନ୍ତି ସେମାନଙ୍କର ପିତା ମାତାଙ୍କର ଓ ଗୁରୁଜନମାନଙ୍କର ତଥା ମହାପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ସେମାନଙ୍କୁ ଆଗକୁ ନେବ ବୋଲି ପ୍ରକାଶ କରିଛନ୍ତି l ବିଦ୍ୟାଳୟ ପାସ୍ ହାର ଅନେକ ବର୍ଷ ପରେ ତେୟାନବେ ପ୍ରତିଶତ ହୋଇଛି l ଏହି କାର୍ଯ୍ୟକ୍ରମରେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ନଳିନୀ କୁମାରୀ ନନ୍ଦ,ସ୍ୱପ୍ନା ସାମଲ, ସୁରେନ୍ଦ୍ର କୁମାର ପୁଷ୍ଟି,ମମତା ମଲିକ,କାଦମ୍ବିନୀ ପ୍ରହରାଜ,ଅମିତା ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ i ଏହି ସଭାରେ ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ସମ୍ବାଦିକ ଶ୍ରୀଯୁକ୍ତ ପିୟୁଷ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.