କୈବର୍ତ୍ତ କୁଳ ସମାଜର ବାର୍ଷିକ ସାଧାରଣ ଅଧିବେଶନ

0 2

ନୟାଗଡ଼, ୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ମଶାବାରି କଲ୍ୟାଣୀ ମଣ୍ଡପ ଠାରେ ରବିବାର ଦିନ କୈବର୍ତ୍ତ କୁଳ ସମାଜର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଚଉଦ କୋଷର ସଭାପତି ବା ବଡ଼ ବେହେରା ପୂର୍ଣଚନ୍ଦ୍ର ଦାସ ପ୍ରଭୁ ଶ୍ରୀ ରଘୁନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କୁଳ ଦୀପରେ ଅଗ୍ନି ସଂଯୋଗ କରି କରିଥିଲେ। ଅତିଥି ଭାବରେ ଅଠର ମୂଲକ ପୁରୀରୁ ଆସିଥିବା ସଭାପତି ସମ୍ପାଦକ ଓ କୈବର୍ତ୍ତ କୁଳ ସମାଜ ପାଇଁ ଅହରହ କାମ କରୁଥିବା ଅନ୍ୟାନ ଭଦ୍ର ବ୍ୟକ୍ତି ମାନଙ୍କୁ ଉତ୍ତରିୟ ଓ ଫୁଲ ଚନ୍ଦନ ଦେଇ ସମ୍ମାନିତ କରାଯାଇଥିଲା। ପରେ ପ୍ରତି ସାହିର ବେହେରା ମାନଙ୍କୁ ଉତ୍ତରିୟ ଦେଇ ସମ୍ମାନିତ କରାଯାଇଥିଲା।କୈବର୍ତ୍ତକୁଳ ସମାଜର ଦଶମ ବୋର୍ଡ ପରୀକ୍ଷାରେ ୫୦୦ ରୁ ଅଧିକ ନମ୍ବର ରଖିଥିବା ଶରଧାପୁର ଗ୍ରାମର ପୂର୍ବତନ ସରପଞ୍ଚ ଶ୍ରୀଧର ଦଳେଇଙ୍କ ଝିଅ ସୋପ୍ନାଲି ଦଳେଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କୈବର୍ତ୍ତକୁଳ ଦ୍ବାରା ଦେବାଳୟ, ପୁଷ୍କରିଣୀ ପିଣ୍ଡି ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ସହିତ ସେଗୁଡିକର ସଂରକ୍ଷଣ କରିବା ପାଇଁ ଅଧିବେଶନରେ ନିଷ୍ପତ୍ତି ହୋଇଥିଲା।ଓଡ଼ଗାଁ ବ୍ଲକର ସମସ୍ତ ଗୁଆ ଭାଇମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ମଶାବାରି ଗ୍ରାମର ଗୁଆ ଭାଇମାନେ ସମ୍ପୂର୍ଣ ସହଯୋଗ କରିଥିଲେ।

Leave A Reply

Your email address will not be published.