ନରସିଂହ ଦେଲେ ଭିତ୍ତିପ୍ରସ୍ତର, ଟାଉନ ହାଇସ୍କୁଲ ଖେଳ ପଡିଆ ହେବ ମିନି ଷ୍ଟାଡିଅମ 

0

ବଲାଙ୍ଗିର(ନିରୋଜ ମିଶ୍ର ) ବଲାଙ୍ଗିରରେ ଖେଳ ଓ ଖେଳାଳିଙ୍କ ଉନ୍ନତି ପାଇଁ  ସହର ମଧ୍ୟରେ ଥିବା ବିଭିନ୍ନ ଖେଳ ପଡିଆର ଉନ୍ନତିକରଣ କରାଯାଉଛି । ଏହି ପରିପ୍ରେକ୍ଷିରେ ସହର ମଧ୍ୟରେ ଥିବା ଟାଉନ ବାଳକ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆକୁ ମିନି ଷ୍ଟଡିୟମରେ ରୁପାନ୍ତରିତ କରିବା ପାଇଁ  ତାହାର ଭିତ୍ତିପ୍ରସ୍ତର ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନ ସଭାର ବିରୋଧିଦଳ ନେତା ନରସିଂହ ମିଶ୍ରଙ୍କ ହାତରେ କରାଯାଇଛି । କ୍ରିଡା ଓ ଯୁବ ବ୍ୟପାର ବିଭାଗର ଅନୁଦାନରେ ୨୪ଲକ୍ଷ ୫୪ ହଜାର ୨୦୦ ଟଙ୍କାର ବ୍ୟୟ ଅଟକଳ ପ୍ରାରମ୍ଭିକ ସ୍ତରରେ ଏହି ମିନି ଷ୍ଟଡିୟମ ପାଇଁ କରାଯାଇଛି । ଯାହାରକି ନିର୍ମାଣ ଦାୟିତ୍ୱ ପୃତ୍ତ ଓ ଗୃହ ନିର୍ମାଣ ହାତରେ ଅଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଲବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟାଉନ ବୟଜ ହାଇସ୍କୁଲ ଏବଂ ଖଲିଆପାଲି ଦଳ ମଧ୍ୟରେ ଅନୁଷ୍ଠିତ  ହୋଇଥିବା ଚିତାକର୍ଷକ ମ୍ୟାଚରେ ବିଜେତା ହୋଇଥିଲେ ଟାଉନ ବୟଜ ହାଇସ୍କୁଲର ଖେଳାଳିମାନେ । ଖଲିଆପାଲି ଫୁଟବଲ ଦଳ ମଧ୍ୟ ଉତ୍ତମ ଖେଳ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ଓ କ୍ରିଡାବିଦ୍ମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ । ପୁରସ୍କାର ବିତରଣୀ ଉସôବରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମିଶ୍ର କହିଥିଲେ ସହର ମଧ୍ୟରେ ବିଭିନ୍ନ ଖେଳ ପଡିଆର ଉନ୍ନତିକରଣ କରାହେଉଛି । କମ୍ ଭିତ୍ତିଭୂମି ଥିବା ସତ୍ତେ୍ୱ ମଧ୍ୟ ଆମର ଖେଳାଳିମାନେ ବିଭିନ୍ନ ଖେଳରେ ରାଜ୍ୟ ତଥା ଜାତୀୟ ସ୍ତରରେ ନିଜ ଉକôର୍ଷତା ପ୍ରତିପାଦନ କରୁଛନ୍ତି । ଆଜି ଏହି ଖେଳପଡିଆରେ ମଧ୍ୟ ଏକ ମିନି ଷ୍ଟଡିୟମରେ ରୁପାନ୍ତରିତ କରିବାର ଭିତ୍ତିଭୂମି ପଡିଛି । ପୁଣି ଏହି ଖେଳ ପଡିଆ ପୂର୍ବଭଳି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଫୁଟବଲ ଖେଳାଳି ଏଥେଲେଟ ନିଶ୍ଚୟ ସୃଷ୍ଟି କରିବ । ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆକୁ ଏକ ସ୍ପୋଷ୍ଟ କମ୍ପେ୍ଲକ୍ସ ର ରୂପ ଦିଆ ହେଉଛି ଏଠାରେ ଉନ୍ନତମାନରର ଫୁଟବଲ, ହକି ତଥା ଏକ ଇନଡୋର ଷ୍ଟାଡିୟମ ପାଇଁ କାମ ଆରମ୍ଭ ହୋଇଯାଇଛି । ମିଶନ ଖେଳ ପଡିଆର ଉନ୍ନତିକରଣ ପାଇଁ ପଇସା ଦିଆ ହୋଇଛି । କାମ ·ଲିଛି । ଗାନ୍ଧୀ ଷ୍ଟଡିୟମର ଆହୁରି ଉନ୍ନତିକରଣ ପାଇଁ ଆମର ପ୍ରୟାସ ଜାରି ରହିଛି । ବିଶ୍ୱାସ ଏଥିରେ ମଧ୍ୟ ଆମେ ସଫଳ ହେବା ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି ଭିତ୍ତି ପ୍ରସ୍ତର ପୁରସ୍କାର ବିତରଣୀ ଉସôବରେ ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷକ ରାଘବ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ ରିଚପାଲ ସାଗର, ବିଇଓ, କ୍ରିଡାଧିକାରୀ ରାଜେନ୍ଦ୍ର ବଢେଇ, କ୍ରିଡା ପରିଦର୍ଶନ ଜ୍ୟୋତି ରଂଜନ ପରିଡା, ଏଡଭୋକେଟ ପ୍ରବୀଣ ମିଶ୍ର, ବିଧାୟକଙ୍କ ପ୍ରତିନିଧି ବାମଦେବ ମିଶ୍ର । ଧନ୍ୟବାଦ ଦେଇଥିଲେ ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର । ବିଜେତା ଓ ଉପବିଜେତା ଦଳକୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନ କ୍ରୀଡା ଶିକ୍ଷକ ପ୍ରଫୁଲ୍ଲ ପଧାନ କରିଥିବା ସ୍ଥଳେ ସ୍କୁଲ ର ଛାତ୍ର ଛାତ୍ରୀ ଶିକ୍ଷକ ଶିକ୍ଷିକା ଏବଂ ଅନେକ ଦର୍ଶକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.