ନୟାଗଡରେ ବିଜୁ ଯୁବ ଜନତା କର୍ମୀ ସମାବେଶ  

0

ନୟାଗଡ (ବିଶ୍ୱଜିତ ନାୟକ ) – ନୟାଗଡ ଜିଲ୍ଲାର ସମସ୍ତ ୨୯ଟି ପଂଚାୟତ ଓ ମ୍ୟୁନିସିପାଲିଟି ର ବିଜୁ ଯୁବ କର୍ମୀଙ୍କୁ ନେଇ ନୟାଗଡ ଉପକଣ୍ଠ ମୁକ୍ତାପୁର ଶାଳଭଞ୍ଜ ତୋଟାଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି I ଏହି ସମାବେଶ ରେ ଆକଳନ ଠାରୁ ଅନେକ ପ୍ରାୟ ୧୦୦୦୦ ବିଜୁ ଯୁବ କର୍ମୀ ଯୋଗ ଦେଇଥିଲେ I ଏଥିରେ ସ୍ଥାନୀୟ ବିଧାୟକ ଡ.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଯୁବକମାନଙ୍କୁ ସମୟାନୁବର୍ତ୍ତିତା,ଶୃଙ୍ଖଳା ଏବଉଁ ସମାଜ ସେବାରେ ନିଜକୁ ନିୟୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ I ନୟାଗଡରେ ଶାନ୍ତି ବଜାୟ ରଖିବା ସହ ପ୍ରଗତିର ଦାୟିତ୍ୱ ତାଙ୍କ ଉପରେ ଛାଡ଼ି ଦେବା ପାଇଁ ବିଧାୟକ ଯୁବକମାନଙ୍କୁ କହିଥିଲେ I କାଳିଆ ଯୋଜନାଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କର ଅନେକ ବହୁମୁଖୀ ଯୋଜନା କୁ କେନ୍ଦ୍ର ସରକାର ଅନୁକରଣ କରୁଛନ୍ତି କିନ୍ତୁ ଲୋଳମାନଙ୍କର ଆସ୍ଥାଭାଜନ ହୋଇପାରୁନାହାନ୍ତି I କେନ୍ଦ୍ର ସରକାର କରିଥିବା ଯୋଜନାରେ ଖୁବ କମ ଲୋକ ଉପକୃତ ହେଉଥିବା ବେଳେ ଏଥିରେ ସମସ୍ତ ବର୍ଗର ଲୋକଙ୍କୁ ସାମିଲ କରାଯାଇନାହିଁ ବୋଲି ଡ.ସାହୁ କହିଥିଲେ I ଡ. ଅରୁଣ କୁମାର ସାହୁଙ୍କର ଛାତ୍ର ଜୀବନର ରାଜନୀତି କିପରି କଟିଥିଲା ତାହା ବିଜୁ ଯୁବ କର୍ମୀଙ୍କ ନିକଟରେ ବଖାଣି ଥିଲେ I ଏହି ସମାବେଶରେ ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ସାହୁ,ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅନୱର ଅଲ୍ଲୀ,ଛାତ୍ରୀନେତ୍ରୀ ସ୍ମୃତିପ୍ରିୟା ସୁବୁଦ୍ଧି,ନୟାଗଡ ବ୍ଲକ ସଭାପତି ଦୁର୍ଯ୍ୟୋଧନ ବେହେରା,ନୟାଗଡ ନିର୍ବାଚନମଣ୍ଡଳୀ ଯୁବ ବିଜେଡି ସଭାପତି କିଶୋର ଚନ୍ଦ୍ର ସାହୁ,ଗଙ୍ଗାଧର ପଣ୍ଡା,ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହି ନୟାଗଡ ବ୍ଲକ ଓ ମ୍ୟୁନିସିପାଲିଟି ରେ ହୋଇଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ |

Leave A Reply

Your email address will not be published.