ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳରେ ଆଜି ପବିତ୍ର ଶ୍ରୀ ହନୁମାନ ଜୟନ୍ତୀ ଅବସରରେ ହନୁମାନ ସମନ୍ୱୟ ସମିତି ତରଫରୁ ଏକ ବିଶାଳ ଝଣ୍ଡା ଶୋଭାଯାତ୍ରା ଭବ୍ୟ ଭାବେ ଆୟୋଜିତ ହୋଇଥିଲା। ଏହି ଯାତ୍ରା ଜମିଦାର ପଡାରୁ ଆରମ୍ଭ ହୋଇ ମେହେର ପଡା, ଗାନ୍ଧୀ ଛକ, ଶ୍ରୀରାମ ନଗର ଛକ ଦେଇ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ସହର ପରିକ୍ରମା କରିଥିଲା। ରାସ୍ତାରେ ବିଭିନ୍ନ ସ୍ଥାନରେ ଜନସାଧାରଣ ଶୋଭାଯାତ୍ରାକୁ ସ୍ୱାଗତ କରିଥିବା ଦୃଶ୍ୟ ପରିଲକ୍ଷିତ ଯାତ୍ରାରେ ଡିଜେ ସାଉଣ୍ଡ ଓ ପାରମ୍ପରିକହୋଇଥିଲା ଘଣ୍ଟବାଦ୍ୟ, ଦୂଲଦୁଲି ମୁଖ୍ୟ ଆକର୍ଷଣ ଥିଲା। ଡିଜେର ତାଳେ ଯୁବକମାନେ ନାଚୁଥିବା ବେଳେ, ଘଣ୍ଟବାଦ୍ୟର ଧ୍ୱନି ପରିବେଶକୁ ଭକ୍ତିମୟ କରିଦେଇଥିଲା। “ଜୟ ଶ୍ରୀରାମ”, ଜୟ ବଜରଙ୍ଗ ବଳି ଧ୍ୱନିରେ ସମଗ୍ର ଅଞ୍ଚଳ ଗୁଞ୍ଜିଉଠିଥିଲା। ଯୁବକମାନେ ହନୁମାନ ଭେଷ ଧାରଣ କରି ଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥିଲେ।ଏହି ଯାତ୍ରାରେ ହଜାର ହଜାର ସଂଖ୍ୟକ ମହିଳା ଓ ଯୁବକ ଓ ଅଂଚଳର ନାଗରିକଗଣ ତଥା ବିଭିନ୍ନ ସଂଗଠନ ସାମିଲ ହୋଇଥିଲେ। ଶିଶୁ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହର ସହ ଭାଗ ନେଇଥିବା ଦେଖାଯାଇଥିଲା।ଏହି ଅବସରରେ ବିଜେପୁର ଜମିଦାର ତଥା ବିଧାୟକ ସନତ କୁମାର ଗଡ଼ତୀୟା ଯାତ୍ରାରେ ସାମିଲ ହୋଇ ଭକ୍ତମାନଙ୍କୁ ହନୁମାନ ବୀର ଜୟନ୍ତୀର ଶୁଭେଚ୍ଛା ଜଣାଇଥିଲେ। ସେ ତାଙ୍କ ବାର୍ତ୍ତାରେ ସମାଜରେ ଏକତା ଓ ଶାନ୍ତି ରକ୍ଷା କରିବାକୁ ଆହ୍ୱାନ କରିଥିଲେ।ଏହି ଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଥିଲା,ଏ ନେଇ ପୋଲିସ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୁରକ୍ଷା ପାଇଁ ସ୍ଥାନୀୟ ପୋଲିସ ଅଧିକାରୀମାନେ ମୁୟା୍ୟାନ ହୋଇଥିଲେ । ପୋଲିସ ଅଧିକାରୀଙ୍କ ପକ୍ଷରୁ ଜନସାଧାରଣଙ୍କୁ ଶାନ୍ତି ଓ ଶୃଙ୍ଖଳା ରକ୍ଷା କରି ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା।ଯାତ୍ରା ଶେଷରେ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା, ଯାହାରେ ଉତ୍ସବର ଆନନ୍ଦ ଆହୁରି ବଢ଼ିଥିଲା।
Sign in
Sign in
Recover your password.
A password will be e-mailed to you.