ଜିଲ୍ଲାସ୍ତରୀୟ ବାବା ସାହେବ ଡଃ. ଆମ୍ବେଦକର ଜୟନ୍ତୀ ପାଳିତ

0 2

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୧୪.୦୪.୨୦୨୬ – ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ. ବାବା ସାହେବ ଡଃ. ଆମ୍ବେଦକର ଙ୍କର ଜିଲ୍ଲାସ୍ତରୀୟ ୧୩୫ତମ ଜୟନ୍ତୀ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳ ଘ. ୭:୩୦ ମି. ସମୟରେ ସହରସ୍ଥିତ ଡଃ. ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଶିଷ୍ଠ ବ୍ୟକ୍ତିବିଶେଷ/ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ପ୍ରମୁଖ ଙ୍କ ଦ୍ଵାରା ମାଲ୍ୟାର୍ପଣ କରାଯାଇଥିଲା । ମାଲ୍ୟାର୍ପଣ କାର୍ଯ୍ୟକ୍ରମ ପରେ ଜିଲ୍ଲାପରିଷଦ ସଭାଗୃହଠାରେ ଡଃ. ଆମ୍ବେଦକର ଙ୍କର ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ତନ୍ମୟ କୁମାର ଦରୱାନ, ସମ୍ମାନୀତ ଅତିଥିଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ, ଜିଲ୍ଲା କ୍ରିଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତ୍ରିଲୋଚନ ଜେନା, ଅବସରପ୍ରାପ୍ତ ଜେଲ ସୁପରିଟେନଡେଣ୍ଟ ପ୍ରେମାନନ୍ଦ ବାଗ, ଅବସରପ୍ରାପ୍ତ ଶିକ୍ଷକ ହେମନ୍ତ କୁମାର ମୁଣ୍ଡ, ମୁଖ୍ୟ ବକ୍ତା ଭାବରେ ଭବାନୀ ଶଙ୍କର ନିଆଲ ଯୋଗଦେଇ ଡଃ. ଆମ୍ବେଦକର ଙ୍କର ଫଟୋଚିତ୍ର ଠାରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ଦରୱାନ ତାଙ୍କ ବକ୍ତବ୍ୟରେ ଡଃ. ଆମ୍ବେଦକର ଙ୍କର ସଂଘର୍ଷମୟ ଆତ୍ମ ଜୀବନୀ ଉପରେ ଉଲ୍ଲେଖ କରି ଆଜିର ଛାତ୍ରଛାତ୍ରୀ, ଯୁବ ପିଢୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଡଃ. ଆମ୍ବେଦକର ଙ୍କର ସ୍ମୃତିଚାରଣ କରି ତାଙ୍କର ଆଦର୍ଶ ଜୀବନୀ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ରବନ୍ଧ, ବକୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଲଧର ନିଆଲ ପରିଚାଳନା କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.