ଜଗତସିଂହପୁର,ତା-୧୨.୦୪.୨୦୨୬/ସୁମନ୍ତକୁମାରଦାସ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହଯୋଗରେ ଅଳକା ଆଶ୍ରମ ପରିସରରେ ଓଡ଼ିଆ ପକ୍ଷର ଦ୍ଵାଦଶ ଦିବସରେ ବନ୍ଦନୀୟ ବରପୁତ୍ର କର୍ଯ୍ୟକ୍ରମ ଐତିହାସିକ ଅଳକା ଆଶ୍ରମ ପରିସରରେ ଅତ୍ୟନ୍ତ ଶ୍ରଦ୍ଧା, ସମ୍ମାନ ଓ ଆନ୍ତରିକତାର ସହିତ ପାଳନ କରାଯାଇଛି। ଏହି ଦିନିକିଆ କାର୍ଯ୍ଯକ୍ରମରେ କବିତାଞ୍ଜଳି, ଶବ୍ଦାଞ୍ଜଳି ଓ ନୃତ୍ୟାଞ୍ଜଳି ରୂପରେ ତିନି ସୋପାନରେ ବିଭକ୍ତ କରି ବରପୁତ୍ର ମାନଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଗତ୍ସିଂହପୁରର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ, ଉଦ୍ଘାଟକ ଵିଶିଷ୍ଟ ଔପନ୍ୟାସିକ ଭାଗିରଥୀ ଦାସ, ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଯୋଗଦେଇ ବରପୁତ୍ର ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତିନୋଟି ଅଧିବେଶନରେ ଅନ୍ୟ ଵିଶିଷ୍ଟ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଜଗତସିଂହପୁର ପୌରପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂ, ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା, ବିନାୟକ ପଟ୍ଟନାୟକ, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ସାରଳା ଗବେଷକ ରଞ୍ଜନ କୁମାର ପଣ୍ତା, ଉଦୟ ବଟର ମୁଖ୍ୟ ବୈଷ୍ଣବ ଚରଣ ପଟ୍ଟନାୟକ, ବଂଶୀଧର ଆଚାର୍ଯ୍ୟ, ସତ୍ୟବ୍ରତ ମହାପାତ୍ର, ଅଳକା ଆଶ୍ରମର ସଭାପତି ଗୌରାଙ୍ଗ ଚରଣ ହୋତା, ନିବେଦିତା ମହାନ୍ତି, ସୁରେନ୍ଦ୍ର ନାଥ ତ୍ରୀପାଠୀ, ଡ଼ଃ ଜ୍ୟୋତିର୍ମୟୀ ମହାନ୍ତି, ଜୀବନାନନ୍ଦ ଅଧିକାରୀ, କ୍ୟାପଟେନ୍ ସଞ୍ଜୀବ କୁମାର ମୁଦୁଲି ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରପୁତ୍ର ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ କବୟିତ୍ରୀ ମହାସ୍ମିତା ଓଝାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ପଚାଶରୁ ଉର୍ଦ୍ଧ୍ୱ କବି ସ୍ୱରଚିତ କବିତା ମାଧ୍ଯମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। କୁଜଙ୍ଗର ପାଇକ ଆଖଡ଼ା ଚିତାକର୍ଷକ କଳା ପ୍ରଦର୍ଶନ କରି ବରପୁତ୍ରଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ସେହିପରି ଋତୁପର୍ଣ୍ଣା କଳା ପରିଷଦ ଦ୍ଵାରା ଚିତାକର୍ଷକ ନୃତ୍ୟ ଓ ସଂଗୀତ ମାଧ୍ଯମରେ ବରପୂତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ଅଶିଟି ସାହିତ୍ୟ, ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା। ଵିଶିଷ୍ଟ ସାରସ୍ୱତ ସାଧକ ଭାଗିରଥି ଦାସଙ୍କୁ ଅଳକା ଆଶ୍ରମ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଚିତାକର୍ଷକ କାର୍ଯ୍ଯକ୍ରମକୁ ବିଜୟ କୁମାର ରଥ, ଜ୍ୟୋତିରଞ୍ଜନ ପ୍ରଧାନ, ସୁରେଶ କୁମାର ପ୍ରଧାନ, ନଗେନ୍ଦ୍ର ନାଥ ସ୍ୱାଇଁ, ରାଜଶ୍ରୀ ସ୍ୱାଇଁ, ସ୍ନେହମୟୀ ଆଚାର୍ଯ୍ୟ, ରୁନୁବାଳା ମଲ୍ଲିକ, ସରୋଜିନୀ ମିଶ୍ର, ଶରତ ଚନ୍ଦ୍ର ବେହେରା, ସୋମନାଥ ମହାରଣା, ପଙ୍କଜିନୀ ପାଣିଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ କର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post