ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ୍ ର ଖୁଣ୍ଟପାଲି ପରିସର ରେ ବିଦ୍ୟାଳୟ ତରଫ ରୁ ଦଶମ ଶ୍ରେଣୀ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ସମ୍ବଲପୁର ର ପ୍ରସିଦ୍ଧ ପ୍ରଶିକ୍ଷକ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀଯୁକ୍ତ ନବୀନ କୁମାର ତିୱାରୀ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ । ପ୍ରଥମେ ପ୍ରଶିକ୍ଷକ ସି.ଏ. ନବୀନ କୁମାର ତିୱାରୀ ଙ୍କୁ ପାରମ୍ପରିକ ତିଲକ ଲଗାଇ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ୱିନର ବ୍ରାଇଟ ଫ୍ୟୁଚର ସ୍କୁଲ୍, ଖୁଣ୍ଟପାଲି ର ଅଧ୍ୟକ୍ଷା ଶ୍ରୀମତୀ ଜେନିସ୍ ତିୱାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରେ ପ୍ରଶିକ୍ଷକ ଶ୍ରୀ ତିୱାରୀ ଛାତ୍ର ଛାତ୍ରୀ ମାନଙ୍କୁ କ୍ୟାରିୟର ଚୟନ କରିବାର ବିଭିନ୍ନ ଉପାୟ ଏବଂ ପଦ୍ଧତି ସମ୍ପର୍କ ରେ ବିସ୍ତୃତ ଭାବରେ ପ୍ରଶିକ୍ଷଣ ଦେଇଥିଲେ ଏବଂ ନିଜର ରୁଚି ଏବଂ ପ୍ରତିଭା କୁ ଆଖି ଆଗରେ ରଖି କ୍ୟାରିୟର ଚୟନ କରିବା ପାଇଁ ଆହ୍ୱାନ କରିଥଲେ । ଏହି ପ୍ରଶିକ୍ଷଣ ରେ ମୋଟ୍ ୨୬ ଜଣ ଛାତ୍ରଛାତ୍ରୀ ଏବଂ ୧୦ ଜଣ ଅଭିଭାବକ ଉପସ୍ଥିତ ଥିଲେ । ପ୍ରଶିକ୍ଷଣ ପରେ ଅଧ୍ୟକ୍ଷା ଉପଢୌକନ ଏବଂ ମାନପତ୍ର ପ୍ରଦାନ କରି ପ୍ରଶିକ୍ଷକ ଶ୍ରୀ ନବୀନ କୁମାର ତିୱାରୀ ଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଶୁଖଦେବ ବସ୍ତରାଏ ମଞ୍ଚ ପରିଚାଳନା କରିଥିଲେ । ପରିଶେଷ ରେ ସ୍କୁଲ୍ ର ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post