ଓଡିଆ ପକ୍ଷ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଦିବସ ପାଳିତ ।

0 2

କେନ୍ଦ୍ରାପଡ଼ା:୧୨.୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡିଆ ପକ୍ଷ–୨୦୨୬ ପାଳନ ଅବସରରେ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ “ବନ୍ଦନୀୟ ବରପୁତ୍ର ଦିବସ” ଉତ୍ସାହର ସହିତ ପାଳିତ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଡ଼. ବାସୁଦେବ ଦାସ ଯୋଗଦେଇ ଓଡ଼ିଆ ସଂସ୍କୃତି, ଐତିହ୍ୟ ଓ ବରପୁତ୍ରମାନଙ୍କ ଅବଦାନ ବିଷୟରେ ମନୋମୁଗ୍ଧକାରୀ ଉଦ୍ବୋଧନ ରଖିଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଗବେଷକ ନିରଞ୍ଜନ ମେକାପ ଏବଂ ଶୁଭାଂଶୁ କୁମାର ଦାସ ଉପସ୍ଥିତ ଥିଲେ।
ସମ୍ମାନନୀୟ ଅତିଥି ଭାବେ “ଆମ ଗାଁ ସାହିତ୍ୟ ପରିଷଦ”ର ସଭାପତି ସଞ୍ଜୟ କୁମାର ମଲ୍ଲୀକ, ସମ୍ପାଦକ ସ୍ଵପ୍ନାଂଶୁ କୁମାର ଦାସ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମର ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହାପରେ ଆୟୋଜିତ କବିତା ଆସରରେ ନିକୁଞ୍ଜ ବିହାରୀ ପୃଷ୍ଟି ଏବଂ ସଞ୍ଜୟ କୁମାର ମଥାନଙ୍କ ସଂଯୋଜନାରେ ପ୍ରାୟ ୫୦ ଜଣ କବି ଓ କବୟିତ୍ରୀ ନିଜର ଅନୁଭୂତିମୟ କବିତା ପାଠ କରିଥିଲେ, ଯାହା ଉପସ୍ଥିତ ଦର୍ଶକମାନଙ୍କୁ ମନୋହର ଅନୁଭୂତି ଦେଇଥିଲା। ପରେ ସମସ୍ତ କବି ଓ କବୟିତ୍ରୀଙ୍କୁ ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା |
ପ୍ରକାଶ ଥାଉ କି, ଆସନ୍ତା କାଲି ଓଡିଆ ପକ୍ଷର ତ୍ରୟୋଦଶ ଦିବସ ଅବସରରେ ପାରମ୍ପରିକ ଖାଦ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ।

Leave A Reply

Your email address will not be published.