ପୋଲିସ ସଠିକ ତଦନ୍ତ କରୁନଥିବା ଗାଁ ବାସିନ୍ଦା ଙ୍କ ଅଭିଯୋଗ । ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମ ନିକଟସ୍ଥ ଏକ ତୋଟା ରେ ଜଣେ ବ୍ଯକ୍ତିଙ୍କୁ ଖଣ୍ଡାରେ ହାଣି ଅତି ବିଭତ୍ସ ଭାବେ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ପାନ ବ୍ୟବସାୟୀ ଏକାଦଶି ନାୟକ। ସେ ନିଜ ପାନ ବାଡ଼କୁ ଯାଇଥିବା ବେଳେ ସଂଘବଦ୍ଧ ଆକ୍ରମଣ କରି ହତ୍ୟା କରାଯାଇଛି ଓ ଘଟଣା ସ୍ଥଳ ରୁ ଅଭିଯୁକ୍ତ ମାନେ ଚମ୍ପଟ ମାରିଥିବା ବେଳେ ଖବର ପାଇ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଥିବା ଜଣା ପଡିଛି। ଖବର ପାଇ ବ୍ରହ୍ମପୁର ଏସପି ଙ୍କ ନେତୃତ୍ୱରେ ପୋଲିସ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନି କୁକୁର ଜରିଆରେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି।ଶବ ନିକଟରେ ସତାଧିକ ଗ୍ରାମ ବାସି ମେଳି ବାନ୍ଧି ବସିଛନ୍ତି। ହତ୍ୟା ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ଗୁରୁତ୍ୱକୁ ନେଇ ଛାନଭିନ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.