ବେଲଗୁଣ୍ଠା,୧୨/୦୪-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ଗ୍ରାମରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଆନୁକୂଲ୍ୟରେ ନିର୍ମାଣ ହେବାକୁ ଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ କୋଠା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ I ଦୀର୍ଘ ଦିନ ଧରି ଖଇରପୁଟି ଗ୍ରାମରେ ଉତ୍ତମ ସ୍ୱାସ୍ଥ୍ୟ ସେବାର ପରିଚାଳନା ନିମନ୍ତେ ସ୍ୱାସ୍ଥ୍ୟ ଉପକେନ୍ଦ୍ର କୋଠାର ଆବଶ୍ୟକତା ଥିବା ବେଳେ ସୋରଡ଼ା ବିଧାୟକ ଶ୍ରୀ ବିଷୋୟୀଙ୍କ ସହଯୋଗରେ ଏଥି ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏଥି ପାଇଁ ଅର୍ଥ ମଞ୍ଜୁର୍ ହୋଇପାରିଛି I ଆଜି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିବା ସହ ବିଶେଷ କରି ବରିଷ୍ଠ ନାଗରିକ, ଶିଶୁ ଏବଂ ମହିଳାଙ୍କୁ ପ୍ରାଥମିକ ସ୍ୱାସ୍ଥସେବା ପ୍ରଦାନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ପ୍ରକାଶ କରିଥିଲେ I ଏହି କୋଠା ଆସନ୍ତା ସ୍ୱାଧୀନତା ଦିବସ ପୂର୍ବରୁ କାର୍ଯ୍ୟକ୍ଷମ ହେବ ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରକାଶ କରିବା ସହିତ ଏନେଇ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଆଜିର କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବିଷୋୟୀଙ୍କ ସହିତ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ,ସ୍ଥାନୀୟ ସରପଞ୍ଚ ସତ୍ୟବାନ ସ୍ୱାଇଁ, ସମିତି ସଭ୍ୟ ପ୍ରତିନିଧି ବିନୋଦ ବେହେରା, ଗ୍ରାମ୍ୟ ପରିଚାଳନା କମିଟି ସଭାପତି ପ୍ରମୋଦ ସ୍ୱାଇଁ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ଜୟରାମ ନାୟକ,ସମାଜସେବୀ ବାଲ୍ୟ ସ୍ୱାଇଁ ,ଚିତ୍ତରଞ୍ଜନ ବିଷୋୟୀ,ସୀତାରାମ ସ୍ୱାଇଁ, ଯୋଗେନ୍ଦ୍ର ବିଷୋୟୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.