ବାଲେଶ୍ୱର ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ସାଂସଦ ପ୍ରତାପ ଙ୍କ ଆଲୋଚନା।

0 2

ନୀଳଗିରି, ୧୦/୦୪:-ଶୁକ୍ରବାର ମାନ୍ୟବର ବାଲେଶ୍ୱର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭାରତର ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଙ୍କ ସହ ସାକ୍ଷାତ କରି ବାଲେଶ୍ୱର ସମ୍ବନ୍ଧୀୟ କିଛି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ।ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ସେ ନିମ୍ନଲିଖିତ ବିଷୟଗୁଡିକ ଉପରେ ଲମ୍ବା ଆଲୋଚନା କରିବା ସହ ପତ୍ର ପ୍ରଦାନ କରିଛନ୍ତି। ଯାହା ବାଲେଶ୍ୱର ରେ ଏକ କ୍ୟାନ୍ସର ହସ୍ପିଟାଲ୍ ସ୍ଥାପନ, ସି.ଜି.ଏଚ୍.ଏସ୍ ୱଲନେସ ସେଣ୍ଟର ସ୍ଥାପନ, ଏବଂ ପୂର୍ବରୁ ସ୍ଥାପିତ ହୋଇଥିବା କିନ୍ତୁ ଏପର୍ଯ୍ୟନ୍ତ ପୂର୍ଣ୍ଣରୂପେ କାର୍ଯ୍ୟରତ ନହୋଇଥିବା ବାଲେଶ୍ୱର ଏମ୍ସ ସାଟେଲାଇଟ୍ ସେଣ୍ଟରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା। ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି, ବାଲେଶ୍ୱରର ଏମ୍ସ ସାଟେଲାଇଟ୍ ସେଣ୍ଟରକୁ ଆଉ କୌଣସି ବିଳମ୍ବ ନକରି ସଂପୂର୍ଣ୍ଣ ଭାବେ ଚାଲୁ କରିବା ପାଇଁ ସେ ତାଙ୍କୁ ନିବେଦନ କରିଛନ୍ତି। ପରେ ମାନ୍ୟବର ମନ୍ତ୍ରୀ ଏହାକୁ ଗୁରୁତ୍ୱ ର ସହ ନେଇ ନିଶ୍ଚିତ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି l

Leave A Reply

Your email address will not be published.