ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷଙ୍କ ଦାୟିତ୍ଵ ଗ୍ରହଣ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ନୂତନ୍ ଭାବେ ମନୋନିତ ହୋଇଥିବା ଅଧ୍ୟକ୍ଷ କାମଦେବ ବଡ଼ନାୟକ ଓ ଉପାଧ୍ୟକ୍ଷା ପଙ୍କଜିନୀ ଦଳାଇ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପରିଷଦ ର କାର୍ଯ୍ୟାଳୟ ଠାରେ ଉଭୟ ପଦାଧିକାରୀ ଦାୟିତ୍ୱ ନେବା ପରେ ତାଙ୍କୁ ଶୁଭେଛା ର ସୁଅ ଛୁଟୁଛି।
ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପ ସଭାପତି କେ. ନାରାୟଣ ରାଓ , ଜିଲ୍ଲା ସଭାପତି ନବ କିଶୋର ଶବର , ବରିଷ୍ଠ ନେତା ସି. ଏଚ. ସୀମାଦ୍ରୀ , ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର , ଇ. ପ୍ରଶାନ୍ତ , ସାଂସଦ ପ୍ରତିନିଧି ବିଜୟ କୁମାର୍ , କାଉନସିଲର ବିଭୂତି ଭୂଷଣ ବେହେରା , ନଗର ସଭାପତି ବାଳକୃଷ୍ଣ ପାତ୍ର , କେ.ଜୀବନ ରାଓ , ସି .ଏଚ. ଲୋକନାଥ , ପ୍ରସାଦ ନାଇଡୁ ପ୍ରମୁଖ ଅଭିନନ୍ଦନ ଜଣାଇଥିଲେ।
ଦୀର୍ଘ ବର୍ଷ ହେଲା ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିବା ପରେ ବଡନାୟକ କହିଛନ୍ତି ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଏଭଳି ଏକ ଗୁରୁ ଦାୟିତ୍ବ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ଓ ଵିଶେଷ କରି ଜିଲ୍ଲା ଆଦିବାସୀ ମାନଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।

Leave A Reply

Your email address will not be published.