ଝାରସୁଗୁଡ଼ା ଡିଏଭି ପରିସରରେ ଅଗ୍ନି ନିର୍ବାପନ ଓ ସୁରକ୍ଷା ମକଡ୍ରିଲ ମାଧ୍ୟମରେ ସଚେତନତା ବୃଦ୍ଧି

0 2

ରସୁଗୁଡ଼ା. ୧୦/୦୪/୨୦୨୬:  ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ୮୩ ତମ ଜାତୀୟ ଅଗ୍ନି ସେବା ସପ୍ତାହ ପାଳନ ଅବସରରେ ଅଗ୍ନି ନିର୍ବାପନ ଓ ସୁରକ୍ଷା ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଝାରସୁଗୁଡ଼ା ଡିଏଭି ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବିପର୍ଯ୍ୟୟ ମୁକାବିଲାଜନିତ ମକଡ୍ରିଲରେ ଝାରସୁଗୁଡ଼ା ବେଦାନ୍ତ ଅଗ୍ନିଶମ ସେବା ପକ୍ଷରୁ ଅଗ୍ନି ତଥା ସୁରକ୍ଷା ବିଭାଗ ଅଧିକାରୀମାନେ ଡିଏଭି ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମୀମାନଙ୍କୁ ସାମାନ୍ୟରୁ ଗୁରୁତର ଧରଣର ସମସ୍ତ ପ୍ରକାର ଅଗ୍ନିକାଣ୍ଡକୁ ଆୟତ୍ତ କରିବା ତଥା ପାଣି ଫେଣ ଓ ଗ୍ୟାସଦ୍ଵାରା ଅଗ୍ନି ନିର୍ବାପନ କୌଶଳ, ଅଗ୍ନି ନିର୍ବାପକ ଯନ୍ତ୍ରର ସରଳ ବ୍ୟବହାର ପ୍ରଣାଳୀ, ଆଶୁ ଚିକିତ୍ସା ବ୍ୟବସ୍ଥା, ଆତ୍ମସୁରକ୍ଷା ଓ ସଚେତନତା ସମ୍ବନ୍ଧରେ ପରୀକ୍ଷାମୂଳକ ତାଲିମ ପ୍ରଦାନ କରିଥିଲେ ।

ବେଦାନ୍ତ ଅଗ୍ନିଶମ ସେବା ସଦସ୍ୟ ତଥା ଫାୟାର ଡେପୁଟି ଇନଚାର୍ଜ କେ. ଆର. ଆଶିଷ, ଫାୟାର ଇନଚାର୍ଜ ପାରସ ମୀନା, ମୟଙ୍କ କାପାର୍କର, ମେଘା ପ୍ରବୀଶ, ଫାୟାର ଅଫିସର ଏସ. କେ. ସାହୁ, ସତ୍ୟ ମିଶ୍ର, ଫାୟାର ଇଞ୍ଜିନିୟର ଅଂଶୁମାନ ପତିଦାର, ଡିସିପିଓ ବବଲୁ କୁମାର ସା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଟିମ ସଦସ୍ୟ ମକ ଡ୍ରିଲରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିର୍ବାପନ ସମ୍ବନ୍ଧୀୟ ନିୟମାବଳୀ, ଆପାତକାଳୀନ ପରିସ୍ଥିତିର ମୁକାବିଲା ଓ ଜରୁରୀକାଳୀନ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ବିଦ୍ୟାଳୟର ବିପର୍ଯ୍ୟୟ ପରିଚାଳନା ସମିତି ବିଭାଗୀୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଦୁଇ ହଜାର ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦୃଷ୍ଟାନ୍ତମୂଳକ ମକଡ୍ରିଲରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.