ତ୍ରି-ଦିବସୀୟ ଜନଜାତି ସ୍ଵେଚ୍ଛାସେବୀଙ୍କ ସଚେତନତା ଶିବିର ଆୟୋଜିତ

0 2

କେନ୍ଦୁଝର,ତା୧୧/୪- ଓଡ଼ିଶାର ଅଗ୍ରଣୀ ବିଶ୍ଵବିଦ୍ୟାଳୟ ଧରଣୀଧର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଦ୍ଵାରା ତ୍ରି-ଦିବସୀୟ ଜନଜାତି ସ୍ଵେଚ୍ଛାସେବୀ ସଚେତନତା ଶିବିର, ବିଶ୍ୱବିଦ୍ୟାଳୟ ଦକ୍ଷିଣ କ୍ୟାମ୍ପସ ଠାରେ ଅପ୍ରେଲ ୬ ରୁ ୮ ତାରିଖ, ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ସମ୍ବଲପୁର ବିଶ୍ଵବିଦ୍ୟାଳୟ,ଉତ୍କଳ ବିଶ୍ଵବିଦ୍ୟାଳୟ,ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ,ଫକୀରମୋହନ ବିଶ୍ଵବିଦ୍ୟାଳୟ , ଧରଣୀଧର ବିଶ୍ୱବିଦ୍ୟାଳୟ,କାଉନସିଲ ଅଫ ହାଇୟର ସେକେଣ୍ଡାରୀ ଏଜୁକେସନ୍ ବ୍ୟୁରୋ, ଭୁବନେଶ୍ବର ଆଦି ଛଅଟି ବିଶ୍ୱବିଦ୍ୟାଳୟ ରୁ ୨୦୦ ରୁ ଉର୍ଦ୍ଧ୍ଵ ଜନଜାତି ଯୁବ ସ୍ଵେଚ୍ଛାସେବୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ଶିବିର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ନେତା ପଦ୍ମଶ୍ରୀ ଦୈତାରୀ ନାୟକ, ମୁଖ୍ଯବକ୍ତା ଭାବରେ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ ଶ୍ରୀଯୁକ୍ତ ଭକ୍ତବତ୍ସଳ ମହାନ୍ତି, କେନ୍ଦୁଝରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଓ କୁଳ ସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ସମ୍ମାନୀୟ ଅତିଥି ଭାବରେ ଯୋଗଦେଇଥିଲେ।

ଧରଣୀଧର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋର ସମ୍ପାଦିକା ଡକ୍ଟର ସରିତା ନାୟକ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ। ଶିବିର କାଳ ମଧ୍ୟରେ ଜାତୀୟ ଯୁବ ପ୍ରକଳ୍ପ ନୂଆଦିଲ୍ଲୀର ଟ୍ରଷ୍ଟୀ ଶ୍ରୀଯୁକ୍ତ ମଧୁସୂଦନ ଦାସ, ଜାତୀୟ ସେବା ଯୋଜନାର ସ୍ଥିରୀକୃତ ତାଲିମ୍ ଅନୁଷ୍ଠାନର ସଂଯୋଜକ ଶ୍ରୀ ନିରୋଜ ବରଣ ଖୁଣ୍ଟିଆ, ଆର.ଟି.ଓ ଶ୍ରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ଦୌରାଜଜ୍‌, ପବ୍ଲିକ୍ ପ୍ରସିକ୍ୟୁଟର ଶ୍ରୀ ପ୍ରଦୀପ କୁମାର ଦାସ, ସହକାରୀ ପୋଲିସ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଜୟ କୁମାର ବିହାରୀ, ବରିଷ୍ଠ ସମାଜସେବୀ ଭକ୍ତ ବତ୍ସଳ ମହାନ୍ତି ଅତିଥି ଭାବରେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ। ଆଦିବାସୀ ସଂକୃତି,ପରମ୍ପରା,ଜୀବନ ଜୀବିକା,ଜୈବ ବିବିଧତା ସୁରକ୍ଷାରେ ଜନଜାତିଙ୍କ ଭୂମିକା,ସ୍ଵେଚ୍ଛାସେବୀ ମାନଙ୍କର କର୍ତ୍ତବ୍ୟ ଓ ଭୂମିକା, ସଡକ ସୁରକ୍ଷା,ସାଇବର ଅପରାଧର ନିୟନ୍ତ୍ରଣ, ଗୁଣି ଗାରେଡ଼ି ତଥା ମନ୍ତ୍ରତନ୍ତ୍ର ଆଦି ଅନ୍ଧବିଶ୍ୱାସର ସ୍ଥିତି ଓ ତା’ର ନିରାକରଣ, ଜଙ୍ଗଲ ଓ ଜଙ୍ଗଲି ଜୀବଜନ୍ତୁଙ୍କର ସୁରକ୍ଷା,ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଏହାର କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା କରାଯାଇଥିଲା।

ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧରଣୀଧର ବିଶ୍ଵ ବିଦ୍ୟାଳୟର କୁଳପତି ଡ଼ଃ ପ୍ରଫେସର ଶ୍ୟାମ ସୁନ୍ଦର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀମତୀ ମମିତା ନାୟକ, ଡାଃ ସଂଜିବ କୁମାର ଓତା ଏବଂ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଯୁବ ସ୍ଵେଚ୍ଛାସେବୀ ମାନଙ୍କୁ ଆଦିବାସୀ ମାନଙ୍କର ବିକାଶରେ ସ୍ଵେଚ୍ଛା ଶିବିରର ଭୂମିକା ବୁଝାଇଥିଲେ। ଜାତୀୟ ସେବା ଯୋଜନାର ଜିଲ୍ଲା ଅଧିକାରୀ ଡଃ ସୁନିଲ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୋଗ୍ରାମ୍ ଅଫିସର ଶ୍ରୀ ଦୀନେଶ କୁମାର ମହାରଣା ଏବଂ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ପ୍ରୋଗ୍ରାମ ଅଫିସର ତାଲିମ ପରିଚାଳନାରେ ସହାୟତା କରିଥିଲେ।

Leave A Reply

Your email address will not be published.