ବାସୁଦେବପୁର -ଶୁଭୁଛି ଶଙ୍ଖ ଧ୍ୱନି, ଚାଲିଛି ବେଦ ମନ୍ତ୍ର ପାଠ, ନନା ଙ୍କ ମନ୍ତ୍ର ପାଠ ଚାଲିଛି, ବେଦୀ ରେ ବସିଛନ୍ତି ବ୍ରହ୍ମଚାରି, ସମୂହ ବ୍ରତୋପୋନୟନ୍ ଚାଲିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ ବାଗଦା ବିନାୟକପୁର ରେ, ସହ ଶହ ସଂଖ୍ୟା ରେ ଲୋକ ମାନେ ଉପସ୍ଥିତ ରହିଛନ୍ତି। ଗହଳ ଚହଳ ଲାଗି ରହିଛି। ପ୍ରାସାଦ ସେବନ ର ବି ବ୍ୟବସ୍ତା କରାଯାଇଛି। ହିଁ ଦର୍ଶକ ବନ୍ଧୁ, ଆମେ କହୁଛୁ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ବିନାୟକପୁର ଗ୍ରାମ ର କଥା, ସତ୍ୟସାଇ ସେବା ସଂଗଠନ ଭଦ୍ରକ ଦୁଇ ଆନୁକୁଲ୍ୟ ରେ ସତ୍ୟସାଇ ସେବା ସମିତି ବିନାୟକପୁର ଅନ୍ତର୍ଗତ ବାଗଦା ବିନାୟକପୁର ଭଜନ ମଣ୍ଡଳୀ ର ଭାଇ ଭଉଣୀ ମାନଙ୍କ ସହଯୋଗ ରେ ଜିଲ୍ଲା ସ୍ତରୀୟ ସମୂହ ବ୍ରତୋପୋନୟନ୍ ଓ ମହିଳା ମହାରୁଦ୍ରମ୍ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଅଠର ଜଣ ଙ୍କ ର ବ୍ରତୋପୋନୟନ କରାଯାଉଛି। ସାମୂହିକ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ଯିବା ଆସିବା ଲାଗି ରହିଛି। ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଙ୍କ ସହ ବାସୁଦେବପୁର ର ବହୁ ଜନ ସାଧାରଣ ଉପସ୍ଥିତ ରହିଛନ୍ତି। ଏକ ଭକ୍ତି ମୟ ପରିବେଶ ଉକ୍ତ ସ୍ଥାନ ରେ ସୃଷ୍ଟି ହୋଇ ଯାଇଛି।
Sign in
Sign in
Recover your password.
A password will be e-mailed to you.