ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଦମକଳ କେନ୍ଦ୍ର କାର୍ଯ୍ୟାଳୟ ରେ ଚାଲନ୍ତୁ ଅଗ୍ନି ଶମ କେନ୍ଦ୍ର କୁ ଯିବା କାର୍ଯ୍ଯ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ, ବିଡ଼ିଓ ତନ୍ମିତା କର, ଅତିରିକ୍ତ ତହସିଲଦାର ଯୋଗ ଦେଇଥିଲେ। ଏହି ଅବସର ରେ ଅଗ୍ନିଶମ ଅଧିକାରୀ ବାସୁଦେବପୁର ସଞ୍ଜୀବ କୁମାର ପ୍ରଧାନ ଙ୍କ ସଂଯୋଜନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ସଚେତନତା ସୃଷ୍ଟି ପାଈଁ ଏକ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା। ଅତିଥି ମାନେ ଉପସ୍ଥିତ ଛାତ୍ର ଛାତ୍ରୀ, ଙ୍କୁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ଅନେକ ମୂଲ୍ୟବାନ କଥା କହିଥିଲେ। ଅଗ୍ନି ନିରାପତ୍ତା ଉପରେ ବିଭିନ୍ନ ପଦକ୍ଷେପ କିପରି ସଙ୍ଗେସଙ୍ଗେ ନେବା ଅଗ୍ନି ସମ ଵିଭାଗ ବାସୁଦେବପୁର ର କର୍ମ ଚାରୀ ମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ।
Sign in
Sign in
Recover your password.
A password will be e-mailed to you.