ସଅଁରା ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ଚୟନରେ ବୟସ ଜାଲିଆତି : ୩୯ବୟସ ଲୋକର ଭତ୍ତା ହୋଇଛି ଯୋଗ୍ୟ ଲୋକ ବାଦ୍ ପଡିଛି

0

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ସଅଁରା ପଞ୍ଚାୟତରେ ଅନେକ ଯୋଗ୍ୟ ବୃଦ୍ଧ ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କର ନାମ ନୂତନ ଭତ୍ତା ତାଲିକାରେ ନଥିବା ବେଳେ ବୟସ ଜାଲିଆତି କରି ନୂତନ ବାର୍ଦ୍ଧକ୍ୟ ଭତ୍ତା ତାଲିକାରେ ୫୦ଜଣ ସାମିଲ ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା।ଉକ୍ତ ହିତାଧିକାରୀ ମାନେ ନିଜର ବୟସ ପ୍ରମାଣପତ୍ର ଦେଖାଇ ବୁଧବାର ଦିନ ଭତ୍ତା ନେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଏଥିନେଇ ବୁଧବାର ଦିନ ତିର୍ତ୍ତୋଲ ବ୍ଳକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅବଦୁଲ ୱାହିଦ ଖାଁ ଉପସ୍ଥିତ ରହି ୧୦ଜଣ ହିତାଧିକାରୀ ଅବଳି ଦେଈ,ପ୍ରମିଳା ଖୁଣ୍ଟିଆ,କାନ୍ଚନବାଳା ଦାସ,ଯଦୁନାଥ ଦ୍ବିବେଦୀ,ଅହଲ୍ଯା ବେହେରା,ଲିଲି ଆଚାର୍ଯ୍ୟ,ବିଜୟ ମହାରଣା,ସବିତା ପୁହାଣ,ରଞ୍ଜିତ ମହାରଣା,ଶରତ ଚନ୍ଦ୍ର ଜେନା ଙ୍କର ବୟସ ପ୍ରମାଣପତ୍ର ଦେଖିବା ପରେ ଭତ୍ତା ପ୍ରଦାନ କରାଯାଇଥିଲା। ଉପଯୁକ୍ତ ବୟସ ପ୍ରମାଣ ପତ୍ର ନଥିବା ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇ ନଥିଲା।ନୂତନ ଭତ୍ତା ତାଲିକାରେ ନାମ ଥିବା ଅନେକ ହିତାଧିକାରୀ ଭତ୍ତା ନେବାକୁ ଆସିନଥିଲେ।ଏହି ନୂତନ ଭତ୍ତା ଚୟନରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହେବା ପରେ ହିତାଧିକାରୀମାନେ ବୁଧବାର ଦିନ ନିଜ ନିଜର ବୟସ ପ୍ରମାଣପତ୍ର ଦେଖାଇବା ପରେ ସେମାନଙ୍କୁ ଭତ୍ତା ପ୍ରଦାନ କରାଯିବ ଯେଉଁମାନେ ଉପଯୁକ୍ତ ବୟସ ପ୍ରମାଣ ପତ୍ର ଦେଖାଇ ନପାରିବେ ସେମାନଙ୍କୁ ଭତ୍ତା ପ୍ରଦାନ କରାଯିବ ନାହିଁ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅବଦୁଲ ୱାହିଦ ଖାଁ ପ୍ରକାଶ କରିଥିଲେ।

Leave A Reply

Your email address will not be published.