ପଶିଆସିଥିଲା ସିନା ଫେରି ଯାଇ ପାରିଲାନି ବିଚରା On Feb 28, 2019 14 Share ବଡ଼ବିଲ ବସ୍ତିରେ ପଶିଲା ଜଙ୍ଗଲୀ ବାରହା : ଉଦ୍ଧାର ପରେ ମୃତ୍ୟୁ ବଡ଼ବିଲ (ଚିତ୍ତରଞ୍ଜନ କର): ଗତକାଲି ରାତିରେ ବଡ଼ବିଲ ମହାନ୍ତ ବସ୍ତି ଅଞ୍ଚଳରେ ଏକ ବାରହା ପଶି ଥିବାର ସୂଚନା ମିଳିଛି। ଘଟଣାରୁ ପ୍ରକାଶ ଯେ ମହାନ୍ତ ବସ୍ତି ସ୍ଥିତ ସପନ ଚଟାର୍ଜୀଙ୍କ ବାସଭବନ ସମ୍ମୁଖରେ ଥିବା ଡ୍ରେନ ମଧ୍ୟରେ ବାରହାଟି ଫସି ଯାଇଥିଲା। ଖବର ପାଇ ଜଙ୍ଗଲ ବିଭାଗ ଅଧିକାରୀ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ବାରହାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଏକ ଜେ ସି ବି ମେସିନକୁ ଉଦ୍ଧାର କାର୍ଯ୍ୟରେ ଲଗା ଯାଇଥିଲା। ଡ୍ରେନ ଉପରେ ପଡିଥିବା ଏକ ସ୍ଲାବକୁ ଭଙ୍ଗାଯାଇ ବାରହାକୁ ଉଦ୍ଧାର କରାଯାଇଥିଲା। ହେଲେ ଉଦ୍ଧାର ହେବାର କିଛି ସମୟ ମଧ୍ୟରେ ବାରହାର ମୃତ୍ୟୁ ଘଟିଥିଲା। ଉକ୍ତ ମାଈ ବାରହାଟି ରାତିରେ ଡ୍ରେନ ମଧ୍ୟରେ ପଡିଯାଇଥିବାର ସ୍ଥାନୀୟ ବାସିନ୍ଦା କହିଛନ୍ତି। 14 Share FacebookTwitterGoogle+ReddItWhatsAppPinterestEmail