ବେଲଗୁଣ୍ଠା,୦୪/୦୪,-(ଶିବରାମ ଚୌଧୁରୀ )ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ସମଗ୍ର ରାଜ୍ୟରେ ପ୍ରଥମ କରି ବିଦ୍ୟାଳୟକୁ ଆସୁଥିବା ଶିଶୁ ମାନଙ୍କ ଖଡ଼ି ଛୁଆଁ ଏବଂ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହା ସହିତ ଅଭିଭାବକ ମାନଙ୍କ ଶିକ୍ଷା ଏବଂ ଶିକ୍ଷା ଅଧିକାର ସମ୍ପର୍କରେ ସଚେତନ କରାଇବା ପାଇଁ ଶିକ୍ଷା ସଚେତନତା ରଥ ମଧ୍ୟ ପରିକ୍ରମା କରିଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଳକ୍ ସ୍ତରୀୟ ଶିକ୍ଷା ସଚେତନତା ରଥକୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ଏହା ବିଭିନ୍ନ ଗ୍ରାମରେ ପରିକ୍ରମା କରିଛି I ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥଙ୍କ ଆବାହନ କ୍ରମେ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଖଡ଼ିଛୁଆଁ ଏବଂ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ସଚେତନତା ରଥକୁ ଉଦ୍ଘାଟନ କରିବା ସହ ବିଦ୍ୟାଳୟରେ ନାମ ନମୋଦ କରୁ୍ଥିବା ଛାତ୍ରଛାତ୍ରୀଙ୍କୁ ମାଗଣା କିଟ୍ ବ୍ୟାଗ୍ ବିତରଣ କରିଥିଲେ I ଖଡ଼ିଛୁଆଁ ଓଡ଼ିଶାର ଏକ ପ୍ରାଚୀନ ଏବଂ ପବିତ୍ର ପରମ୍ପରା ହୋଇଥିବା ବେଳେ ଆଜି ଖଡ଼ିଛୁଆଁଇ ଥିବା କୁନି କୁନି ଶିଶୁ ମାନେ ବିକଶିତ ଭାରତ ଏବଂ ବିକସିତ ଓଡ଼ିଶାର ମୂଳ ସ୍ତମ୍ଭ ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରକାଶ କରିଥିଲେ I ଏହା ସହିତ ସେ ପ୍ରତ୍ଯେକ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ I ଆଜିର କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ସମେତ ବେଲଗୁଣ୍ଠାର ସମସ୍ତ ସିଆରସିସି ଉପସ୍ତିତ ଥିଲେ I ଆଜି ଶିକ୍ଷା ସଚେତନତା ରଥ ଗାଙ୍ଗପୁର କ୍ଳଷ୍ଟର୍ ର ସମସ୍ତ ଗ୍ରାମରେ ପରିକ୍ରମା କରିଥିବା ବେଳେ ସମସ୍ତ ବିଦ୍ୟାଳୟରେ ବିଦ୍ୟାଳୟ ତରଫରୁ ଏହାକୁ ଭବ୍ୟ ସ୍ୱାଗତ କରାଯାଇଥିଲା I ଆଗାମୀ ଦିନ ଗୁଡ଼ିକରେ ଏହି ରଥ ବ୍ଳକ୍ ର ସମସ୍ତ ଗ୍ରାମ ଏବଂ ସମସ୍ତ ବିଦ୍ୟାଳୟକୁ ପରିକ୍ରମା କରିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ପ୍ରକାଶ କରିଛନ୍ତି I କାର୍ଯ୍ୟକ୍ରମରେ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I
Sign in
Sign in
Recover your password.
A password will be e-mailed to you.