ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ

0 2

ନବରଙ୍ଗପୁର: ତା ୨.୪.୨୦୨୬:ଅଶୋକ ସାହୁ: ଗତକାଲି ତା ୧.୪.୨୦୨୫ ରିଖ ସନ୍ଧ୍ୟା ୬.୩୦ ମି ସମୟରେ ସ୍ଥାନୀୟ ଶାସ୍ତ୍ରୀ ଭବନ (ଟାଉନ ହଲ) ଠାରେ ଜିଲ୍ଲା ସ୍ତରୀୟ ୯୧ ତମ ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଜିଲ୍ଲାପାଳ ଡ଼ା ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିବସ ପାଳନ ମହାସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ , ସି ଆର୍ ପି ଏଫ୍ ୧୨ ବାଟାଲିୟନ କମାନ୍ଡାଣ୍ଟ ଏନ୍ କେ କେ ପ୍ରସାଦ , ପୌରାଧ୍ୟକ୍ଷ କୁନୁ ନାୟକ ଏବଂ ମୁଖ୍ୟବକ୍ତା ଡ ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।ଅତିଥିଗଣ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡିଶା ର ବରପୁତ୍ରମାନଙ୍କର ନିସ୍ୱାର୍ଥପର ତ୍ୟାଗ ,ବଳିଦାନ ଓ ଉଦ୍ୟମ ସମ୍ପର୍କରେ ସ୍ମୃତି ଚାରଣ ସହ ସମୃଦ୍ଧ ଓ ସଶକ୍ତ ଓଡିଶା ତଥା ଓଡ଼ିଆର ସ୍ୱାଭିମାନ ଓ ଅସ୍ମିତା କୁ ବଜାୟ ରଖିବା ପାଇଁ ସମସ୍ତଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା ,ଭାଷା,ସଂସ୍କୃତି, ଏତ୍ୟିହ, ପରମ୍ପରା, ଚଳଣି ,ସାହିତ୍ୟକୁ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିବା ସହ ଏହାର ଉତୋରତ୍ତର ଉନ୍ନତି ପାଇଁ ସମସ୍ତେ ଚେଷ୍ଟା କରିବାକୁ ଆହ୍ୱାନ କରିଥିଲେ।
ଏହି ଦିବସ ପାଳନ ଅବସରରେ ସକାଳ ୫.୦୦ ଘ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ଉତ୍କଳ ବନ୍ଦନା ତଥା ଦେଶାତ୍ମବୋଧକ ସଙ୍ଗୀତ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପରିବେଷଣ ହୋଇଥିଲା।ସକାଳ ୭.୦୦ ମି ସମୟରେ ସହରରେ ଅବସ୍ଥାପିତ ୧୩ ଗୋଟି ଓଡ଼ିଶା ର ବରପୁତ୍ର ଏବଂ ମହାପୁରୁଷ ପ୍ରତିମୂର୍ତ୍ତି ଠାରେ ନିକଟସ୍ଥ ବିଦ୍ୟାଳୟ ଛାତ୍ର ଛାତ୍ରୀ ଓ ବିଭାଗୀୟ ଅଧିକାରୀ ଙ୍କ ଗହଣରେ ପୁଷ୍ପମାଲ୍ୟ ଅର୍ପଣ ଓ ପୂଜ୍ୟପୂଜା କରାଯାଇଥିଲା।ସ୍ଥାନୀୟ ଆମ୍ବେଦକର ଛକ ନିକଟସ୍ଥ ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ ଦାସ , ବି ଆର୍ ଆମ୍ବେଦକର, ଡ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତି ଠାରେ ଜିଲ୍ଲାପାଳ ଡ ମହେଶ୍ବର ସ୍ୱାଇଁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଛାତ୍ର,ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବି ଙ୍କ ଗ୍ରହଣରେ ପୁଷ୍ପମାଲ୍ୟ ଓ ପୂଜ୍ୟପୂଜା କରିଥିଲେ। ସଂଧ୍ୟା କାର୍ଯ୍ୟକ୍ରମ ଟାଉନ ହଲ ଠାରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଫଟୋଚିତ୍ର ପ୍ରଦର୍ଶନୀ ର ଉଦ୍ଘାଟନ,ମଞ୍ଚରେ ପ୍ରଦୀପ ପ୍ରଜ୍ବଳନ, ଓଡ଼ିଆ ପକ୍ଷ ଲୋଗୋ ଉନ୍ମୋଚନ,ସଭାକାର୍ଯ୍ୟ ପରେ ହାଇସ୍କୁଲ ଓ ମହାବିଦ୍ୟାଳୟ ସ୍ତର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ ବକ୍ତୃତା ,ପ୍ରବନ୍ଧ, ସଙ୍ଗୀତ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀ ତଥା ଝୋଟି, ପିଠା ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ସାର୍ଟିଫିକେଟ,ଟ୍ରଫି ପ୍ରଦାନ କରିଥିଲେ।୬ ଟି ସାଂସ୍କୃତିକ ଅନୁଷ୍ଠାନ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଯୁଗଳ କିଶୋର ତ୍ରୀପାଠୀ ଙ୍କ ସଙ୍ଗୀତ ଅନୁଷ୍ଠାନ ର ଛାତ୍ରୀ ମାନେ ପ୍ରାରମ୍ଭ ରେ “ବନ୍ଦେ ଉତ୍କଳ ଜନନୀ ” ଏବଂ ଶେଷରେ ଉତ୍କଳ ବନ୍ଦନା ଗାନ କରିଥିଲେ।ଏହି ଅବସରରେ ୩୧ ଓ ୧ ତାରିଖ ରାତ୍ରି ସମୟରେ ଜିଲ୍ଲା ର ବ୍ଲକ୍ ଓ ସହରାଞ୍ଚଳ ବିଭିନ୍ନ ସରକାରୀ ,ବେସରକାରୀ କୋଠା ମାନଙ୍କରେ ଲିଚୁ ଲାଇଟ୍ ଦ୍ଵାରା ସୁସଜ୍ଜିତ କରାଯାଇଥିଲା।
ସ୍ଵାଗତ ଭାଷଣ ସହ ସଭା କାର୍ଯ୍ୟକ୍ରମ ର ପରିଚାଳନା ଓ ଆୟୋଜନ କରିଥିଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା । ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ବିଶ୍ୱଜିତ୍ ଚନ୍ଦ୍ର ବର୍ମନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ସହରର ବୁଦ୍ଧିଜୀବି,ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ, କଳାକାର ଅନୁଷ୍ଠାନ ର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.