ବିଚ୍ଛିନ୍ନାଞ୍ଚଳ ମଞ୍ଜୁଷା ରେ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ

0 2

 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ଗ୍ରାମରେ ଓଡ଼ିଆ ଯୁବକ ପାଠାଗାର ପକ୍ଷରୁ ପାଠାଗାର ର ଶ୍ରୀ ନୃସିଂହ ପାଣିଗ୍ରହୀ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ୯୧ତମ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଦୁର୍ଗାପ୍ରସାଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଡ. ତିରୁପତି ସାହୁ ମୁଖ୍ୟ ଅତିଥି ରୂପେ ସଭା ମଣ୍ଡନ କରିଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ନାରାୟଣ ନୀଳକଣ୍ଠ , ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀ , ଉପସଭାପତି ରାଧାକୃଷ୍ଣ ପଟ୍ଟନାୟକ , ନିରଞ୍ଜନ ବେହେରା ପ୍ରମୁଖ ମଞ୍ଚାସୀନ ରହି ୧୯୩୬ ମସିହା ଅପ୍ରେଲ ୧ ତାରିଖ ହେଉଛି ଓଡିଆ ଜାତି ପାଇଁ ସ୍ମରଣୀୟ ଦିବସ। ଉକ୍ତ ତଥା ଓଡିଶା ରାଜ୍ୟ ପ୍ରତିଷ୍ଠା ହୋଇଥିଲା। ଅନେକ ବର୍ଷ ଧରି ବଙ୍ଗ ଏବଂ ମାଡ୍ରାସ କାଳରେ ବିଚ୍ଛିନ୍ନ ହୋଇ ରହିଥିବା ଓଡିଶା , ମହାପୁରୁଷ ମାନଙ୍କ ପ୍ରଚେଷ୍ଟା ଦ୍ବାରା ସେମାନଙ୍କ ଆତ୍ମବଳି ଦ୍ବାରା ଏବଂ ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆ ପରମ୍ପରାକୁ ରକ୍ଷା କରିବା ଦ୍ୱାରା , ସ୍ୱତନ୍ତ୍ର ଓଡିଶା ରାଜ୍ୟ ଗଠନ ହୋଇଥିଲା। ବିଚ୍ଛିନ୍ନାଞ୍ଚଳର ଏକ ବିଶିଷ୍ଟ ସ୍ଥାନ ହେଉଛି ମଞ୍ଜୁଷା। ମଞ୍ଜୁଷା ରେ ଅବସ୍ଥିତ ଏହି ଓଡ଼ିଆ ଯୁବକ ପାଠାଗାର ତାର ସଂସ୍କୃତି , ପରମ୍ପରା କୁ ବର୍ତ୍ତମାନ ସୁଦ୍ଧା ୧୯୦୭ ମସିହାରୁ ସ୍ଥାପିତ ହୋଇ ବର୍ତ୍ତମାନ ସୁଦ୍ଧା ବଜାୟ ରଖିଥିବା ରୁ ଅତିଥି ମାନେ ପ୍ରଶଂସା କରିଥିଲେ।
ଏହି ଅବସରରେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ପାରଳା ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ସମଲେଇ ନୃତ୍ୟକଳା ପରିଷଦର ନୃତ୍ୟଶିଳ୍ପୀ ମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥବା ବେଳେ ତାପସୀ କର , ଅଶ୍ଲୋଷା ପାଣିଗ୍ରାହୀ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ଓ ସ୍ଥାନୀୟ କଳାକାରଙ୍କ ଦ୍ବାରା ନୃତ୍ୟ ସଙ୍ଗୀତ ପରିବେଷଣ ହୋଇଥିଲା।
ସମସ୍ତ କାର୍ଯ୍ୟକ୍ରମ କୁ ସନ୍ତୋଷ କୁମାର ମହାନ୍ତି , ଜୟରାମ ମାଳୀ , ଶ୍ରୀନିବାସ ପାଢ଼ୀ , ସିମାଞ୍ଚଳ ପତି , ପ୍ରଦୋଷ ତ୍ରିପାଠୀ , ଯୁଗ୍ମ ସମ୍ପାଦକ ଶ୍ରୀ ନିରଞ୍ଜନ ବେହେରା , ସାଂସ୍କୃତିକ ସମ୍ପାଦକ ଶ୍ରୀ ନାଲା ନିଳକଣ୍ଠ , ପାଠାଗାର ପରିଚାଳକ ଶ୍ରୀ ପରମେଶ୍ୱର ବେହେରା ପ୍ରଦୀପ ସାହୁ , ଜଗନ୍ନାଥ ମହାରଣା , କିଶୋର ଗୌଡ , ଶଙ୍କର ମହାରଣା , ପୁରୁଷୋତ୍ତମ ବେହେରା , ସମସ୍ତ କାର୍ଯ୍ୟକର୍ତ୍ତା ବୃନ୍ଦ ଏଥିରେ ଅଂଶ ଗ୍ରହଣ କରି ପରିଚାଳନା ରେ ସହଯୋଗ କରିଥିଲେ।

Leave A Reply

Your email address will not be published.