ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ସଭାଗୃହ ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଡଃ ଦ୍ୱାଦଶ କୁମାର ପ୍ରଧାନ ଙ୍କୁ ଅଵସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବି ଡି ଓ ପ୍ରଫୁଲ୍ଲ କୁମାର ଓଦୁ ଯୋଗଦାନ କରି ଡଃ ପଧାନ ଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟପାଳ ପୁରସ୍କାର ,ରାଜ୍ୟ ରେ ସର୍ବଶ୍ରେଷ୍ଠ ବିଦ୍ୟାଳୟ ଓ ପ୍ରଧାନ ଶିକ୍ଷକ ଭାବରେ ଉପଲବ୍ଧି ହାସଲ କରିବା ସକାଶେ ଅଭିନନ୍ଦନ ଜଣାଇଥିଲେ। ସଭାରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ ପଟ୍ଟନାୟକ, ଏ ବି ଇ ଓ ରାଧେଶ୍ୟାମ ମେହେର ଓ ଶ୍ରୀ ବେଶ୍ରା,ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନିଲ କୁମାର କାଳିଆ, ହୃଦାନନ୍ଦ ଭୋଇ,ସାମ୍ବାଦିକ ସଂଘ ସଭାପତି ବଡ଼ ଶତପଥୀ,କମିଟି ସଭ୍ୟ ଟାଇଲ ଚନ୍ଦ୍ର ଭୋଇ ମଞ୍ଚାସୀନ ଥିଲେ। ବ୍ଲକ୍ ର ସମସ୍ତ ପ୍ରଧାନ ଶିକ୍ଷକ ପୂର୍ବତନ ଶିକ୍ଷକ ବିଶ୍ୱନାଥ ସାହୁ,ପୂର୍ଣାରାମ ସା, ତ୍ରିଲୋଚନ ନାୟକ ,ସୁରଥ ସାହୁ, ବିଦାୟକାଳୀନ ଅଭିଭାଷଣ ପ୍ରଦାନ କରିଥିଲେ। ଡଃ ପଧାନ୍ ଙ୍କ କାର୍ଯ୍ୟକାଳ ସମୟରେ ଶିକ୍ଷା, ସହ ଶିକ୍ଷା କାର୍ଯ୍ୟକଳାପ କ୍ଷେତ୍ରରେ କୃତିତ୍ୱ ର ସମସ୍ତେ ଭୂୟସୀ ପ୍ରଂଶସା କରିଥିଲେ।ପୁଷ୍ପମାଲ୍ୟ, ମୁକୁଟ, ଉପଢୌକନ ଓ ମାନପତ୍ର ପ୍ରଦାନ ସହ ଘୋଷ ବାଦନ କରି ଶୁଭ ବିଦାୟ ଦିଆଯାଇଥିଲା। ଝାରମୁଣ୍ଡା କ୍ରୀଡ଼ା ସଂଘ ମଧ୍ୟ ମାନପତ୍ର ପ୍ରଦାନ କରିଥିଲେ।ପ୍ରକୃତି ମିତ୍ର ଶ୍ରୀ ମୁଣ୍ଡ ଚାରା ଗଛ ଉପହାର ଦେଇଥିଲେ।ସୁଦାମ ପାଣ୍ଡେ,ଲଳିତ କୁମାର ବିଶ୍ବାଳ, ଯଶୋବନ୍ତ ଶାହା, ଛବିଳ ସେଠ୍, ଶିବମ ନାୟକ, ନିରୁପମା ସାହୁ, ଅମିତ୍ ସାହୁ, ଜେ ସ୍ୱାଧୀନ, ସୁଶାନ୍ତ କୁମାର ପଣ୍ଡା ପ୍ରମୁଖ ଡଃ ପ୍ରଧାନ ଙ୍କ ସହ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ।ବବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ପରି ଶେଷ ରେ ସମସ୍ତେ ତାଙ୍କୁ ତାଙ୍କ ନିବାସ ସ୍ଥାନ ପଦ୍ମପୁର କୁ ଯାଇ ବିଦାୟ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.