ଝାଲପାଲି ଗ୍ରାମର ଅଙ୍ଗନବାଡି କେନ୍ଦ୍ର ରେ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା

0 2

ବିଜେପୁର :- ତା.୦୨.୦୪.୨୦୨୬: ଆଜି ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (RBSK)ତରଫରୁ ଝାଲପାଲି ଗ୍ରାମର ଦୁଇଟି ଯାକ ଅଙ୍ଗନବାଡି କେନ୍ଦ୍ର ରେ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। RBSK ଟିମ ରେ କାର୍ଯ୍ୟରତ ଡ଼ା ଲିଙ୍ଗରାଜ ଦାଶ, ଡ଼ା ଉମାଶ୍ରୀ ପ୍ରଧାନ,ଫାର୍ମାସିଷ୍ଟ ମହେଶ କୁମାର ପ୍ରଧାନ, ଏ. ଏନ. ଏମ ରିଙ୍କେଶ୍ୱରୀ ଦୋରା ମିଳିତ ଭାବେ ଏଥିରେ ଯୋଗଦାନ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ରେ ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁମାନଙ୍କର ଜନ୍ମଗତ ତ୍ରୁଟି, ପୋଷଣ ଜନିତ ଅଭାବ ସମ୍ବନ୍ଧୀୟ ରୋଗ, ବିଭିନ୍ନ ପ୍ରକାର ଶାରୀରିକ ରୋଗ, ତଥା ଶିଶୁର ବିଳମ୍ବିତ ବିକାଶ ସମ୍ବନ୍ଧରେ ପରୀକ୍ଷା କରାଯାଏ ଏବଂ ଜିଲ୍ଲା ରେ ଥିବା DISTRICT EARLY INTERVENTION CENTRE (DEIC) କୁ ଚିକିତ୍ସା ପାଇଁ ପ୍ରେରଣ କରାଯାଏ। ଏହି କାର୍ଯ୍ୟକ୍ରମ ୨୦୧୩ ମସିହା ଠାରୁ ଆରମ୍ଭ ହୋଇଛି। ଜିଲ୍ଲାର ଅନେକ ସଂଖ୍ୟା ରେ ହୃଦ ରୋଗୀ ଶିଶୁ, ଗ୍ରହଣ ଖଣ୍ଡିଆ, ପାଦ ବଙ୍କା, ଆଖି ସମ୍ବନ୍ଧୀୟ ରୋଗ, କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ, ଆହୁରି ଅନେକ ଶିଶୁ ଉପକୃତ ହୋଇଛନ୍ତି।

Leave A Reply

Your email address will not be published.