ସାଂସଦ ଓ ବିଧାୟକଙ୍କ ଖୋର୍ଦ୍ଧା ବାସୀ ଙ୍କୁ ୨୮ କୋଟି ର ପାନୀୟ ଜଳ ପ୍ରକଳ୍ପ ଓ ୬ କୋଟିର ପୌର କାର୍ଯ୍ୟାଳୟ ଭେଟି

0 2

ଖୋର୍ଦ୍ଧା ବାସୀ ପାଇବେ ୨୪ ଘଣ୍ଟିଆ ପିଇବା ପାଣି

ସ୍ବଚ୍ଛ ,ନିରନ୍ତର ଓ ନିରଙ୍କୁଶ ପାନୀୟ ଜଳ ଯୋଗାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା-ଅପରାଜିତା

ଭୁବନେଶ୍ୱର ତା:୦୨-୦୪, ଏଣିକି ଖୋର୍ଦ୍ଧା ପୌରାଞ୍ଚଳ ରେ ଆଉ ରହିବନି ପାନୀୟ ଜଳ ସମସ୍ୟା। ଖୋର୍ଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ୨୨ଟି ୱାର୍ଡ ଓ ଆଖପାଖ ଅଞ୍ଚଳର ୯୪୫୦ ଟି ଘରର ପାଖାପାଖି ୬୫ ହଜାର ରୁ ଉର୍ଦ୍ଧ ଲୋକଙ୍କ ପାଇଁ ଯଥାଶୀଘ୍ର ଆରମ୍ଭ ହେବାକୁ ଯାଉଛି ସରକାରଙ୍କ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଅନ୍ତର୍ଗତ ପାନୀୟ ଜଳ ଯୋଗାଣ। ପାଣି ସମସ୍ୟା କୁ ନେଇ ଅଞ୍ଚଳ ବାସୀ, ବିଧାୟକ ଓ ସାଂସଦ ଙ୍କ ନିକଟରେ କରିଥିବା ଦୀର୍ଘ ଦିନର ଦାବୀ ପରେ, ସମସ୍ୟାର ସମାଧାନ ପାଇଁ ଗୁରୁବାର ଏହି ପ୍ରକଳ୍ପର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।ଯାହା ପାନୀୟ ଜଳ ସମସ୍ୟା ର ସ୍ଥାୟୀ ସମାଧାନ ରୂପେ କାର୍ଯ୍ୟ କରିବ।
ଓଡ଼ିଶା ସରକାର ଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ କାର୍ଯ୍ୟ ନିର୍ବାହୀ ସଂସ୍ଥା ‘ୱାଟକୋ’ ଅଧୀନରେ ପାଖାପାଖି ୨୮କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଏହି ପ୍ରକଳ୍ପ ଆସନ୍ତା ବର୍ଷ ଶେଷ ହେବାକୁ ଥିବା ବେଳେ ପ୍ରକଳ୍ପ ଅଧୀନରେ ବିଭିନ୍ନ ମୋଟେଇ ର ୩୧୨୯୮ ମିଟର ପାଇପ୍ ବିଛା ଯିବାର କାର୍ଯ୍ୟକ୍ରମ ରହିଛି। ଏଥିସହିତ ସୁଚାରୁ ଏବଂ ବାଧା ବିହୀନ ଓ ସ୍ବଚ୍ଛ ଜଳ ଯୋଗାଣ ନିମିତ୍ତ ଏହି ପ୍ରକଳ୍ପ ରେ ୬୦ ଲକ୍ଷ ଲିଟର କ୍ଷମତା ର ଆଧୁନିକ ଜ୍ଞାନ କୌଶଳ ବିଶିଷ୍ଟ ଗୋଟିଏ MBR ଏବଂ ଜଳ ସଞ୍ଚୟ ନିମିତ୍ତ ୧୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଇଟି UGR ସ୍ଥାପନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି ୨୪ ଘଣ୍ଟିଆ ଜଳ ଯୋଗାଣ କୁ ଆହୁରି ସୁଚାରୁ ଓ ବାଧା ବିହୀନ କରାଇବା ପାଇଁ ୪ଟି ଜେନେରେଟର ବ୍ୟବସ୍ଥା କରାଯାଇଥିବା ବେଳେ, ଆଗାମୀ ଦିନରେ ଏହି ପ୍ରକଳ୍ପ ଖୋର୍ଦ୍ଧା ପୌରାଞ୍ଚଳ ବାସୀଙ୍କ ଦୀର୍ଘଦିନର ଜଳ ଯୋଗାଣ ସମସ୍ୟା କୁ ସମ୍ପୂର୍ଣ୍ଣ ସମାଧାନ କରିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କୁ ନେଇ ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରିଥିବା ବେଳେ ଲୋକଙ୍କ ଦାବୀ ମୁତାବକ ଆଗକୁ ଏହିଭଳି ଆହୁରି ଅନେକ ଲୋକ ହିତକର କାର୍ଯ୍ୟ କରାଯିବ ବୋଲି ଉଭୟ କହିଛନ୍ତି।
ଏହି ଅବସରରେ ୬ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଖୋର୍ଦ୍ଧା ପୌର ପରିଷଦ ର ନୂତନ ଦ୍ଵିମହଲା କାର୍ଯ୍ୟାଳୟ କୋଠା ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ସାଂସଦ,ବିଧାୟକ ଙ୍କ ସମେତ ଖୋର୍ଦ୍ଧା ପୌର ପରିଷଦ ର ପୌରାଧ୍ୟକ୍ଷା କନକଲତା ମହାନ୍ତି, ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି, ୱାଟକୋ ମହା ପ୍ରବନ୍ଧକ ରାଜେନ୍ଦ୍ର ସେଠୀ,ବିଡିଓ ସିଦ୍ଧାର୍ଥ ପଟ୍ଟନାୟକ,୫ନମ୍ବର ୱାର୍ଡ ର କାଉନସିଲର ଅମିୟ କୁମାର ମହାନ୍ତି,ରଶ୍ମିତା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.