ପ୍ରଥମ ଡିଜିଟାଲ ଜନଗଣନା- ୨୦୨୭ : ୩ ଦିନିଆ ତାଲିମ ଶିବିର ଉଦଯାପିତ

0 2

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର):ଭାରତର ପ୍ରଥମ ଡିଜିଟାଲ ଜନଗଣନା- ୨୦୨୭ ନୟାଗଡ଼ ଜିଲ୍ଲା ଓଡ଼ଗାଁ ତହସିଲ /ବ୍ଳକ ଏବଂ ଓଡ଼ଗାଁ ଏନ୍ଏସି ଅଞ୍ଚଳ ପାଇଁ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ଠାରେ ଅନୁଷ୍ଠିତ ୩ ଦିନିଆ ତାଲିମ ଶିବିର ଶେଷ ହୋଇଛି। ତାଲିମ ପ୍ରାପ୍ତ ୫୫ ଜଣ ପର୍ଯ୍ୟବେକ୍ଷକଙ୍କ ଏବଂ ୪୩୪ ଜନଗଣନାକାରି ଆସନ୍ତା ଅପ୍ରେଲ ମାସ ୧୬ ତାରିଖରୁ ମେ’ ମାସ ୧୫ ତାରିଖ ପର୍ଯ୍ୟନ୍ତ ଗୃହ ଗଣନା କରିବେ। ଏବଂ ପରେ ଏହି ଜନଗଣନାକାରି ମାନେ ଜନଗଣନା କରିବେ। ଓଡ଼ଗାଁ ତହସିଲଦାର ତଥା ଚାର୍ଜ ଅଫିସର ଡ.ମାନସ ରଞ୍ଜନ ଭୋଇ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଚାର୍ଜ ଅଫିସର ନିହାର ରଞ୍ଜନ ବେହେରା କଲେଜ ଅଧ୍ୟକ୍ଷ ରାଜକିଶୋର ସାହୁ ଏବଂ ସମସ୍ତ ପ୍ରଶିକ୍ଷକଙ୍କ ଉପସ୍ଥିତିରେ ତାଲିମ ନେଇଥିବା ଜନଗଣନା କାରି ଗଣ ଯାହା ପ୍ରଶିକ୍ଷଣ ପାଇଥିଲେ ସେସବୁକୁ ଡେମୋ ମାଧ୍ୟମରେ ଦେଖାଇଥିଲେ। ଫଳରେ ତାଲିମ ଶିବିରର ସଫଳତା ଜଣାପଡ଼ିଥିଲା।

Leave A Reply

Your email address will not be published.