ଆଡଭୋକେଟ କୃଷ୍ଣ ଚନ୍ଦ୍ରସେନାପତିଙ୍କୁ “ସ୍ୱୀକୃତି ପୁରସ୍କାର” ପ୍ରଦାନ

0 1

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର୍,୨୦/୩ :ଓଡ଼ିଶା ପୁଲିସ ଡିଜିଙ୍କ ପକ୍ଷରୁ ଆଜି ପୋଲିସ ଭବନ, ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ମାନ ସଭାରେ NDPS ମାମଲାରେ ସଫଳ ଭାବେ ଅଭିଯୋଗ ପରିଚାଳନା କରିଥିବା ପାଇଁ ଗୁଣପୁର କୋର୍ଟର ଆଡଭୋକେଟ କୃଷ୍ଣ ଚନ୍ଦ୍ର ସେନାପତିଙ୍କୁ “ସ୍ୱୀକୃତି ପୁରସ୍କାର” ପ୍ରଦାନ କରାଯାଇଛି।କୃଷ୍ଣ ଚନ୍ଦ୍ର ସେନାପତି ୧୯୯୪ ମସିହାରୁ ଆଡଭୋକେଟ ଭାବେ କାର୍ଯ୍ୟରତ ଅଛନ୍ତି ଏବଂ ଗୁଣପୁର କୋର୍ଟରେ ଓକିଲାତି କରୁଛନ୍ତି। ତାଙ୍କର ଦୀର୍ଘ ଅନୁଭବ ମଧ୍ୟରେ ସେ ୩ ବର୍ଷ ଧରି ଏସିଷ୍ଟାଣ୍ଟ ପବ୍ଲିକ ପ୍ରୋସିକ୍ୟୁଟର (APP) ଭାବେ, ୪ ବର୍ଷ ଧରି ଏଡିସନାଲ ପବ୍ଲିକ ପ୍ରୋସିକ୍ୟୁଟର (Additional PP) ଭାବେ ଓ ୪ ବର୍ଷ ଧରି ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟର (Special PP) ଭାବେ କାମ କରିଆସୁଛନ୍ତି।NDPS ମାମଲାଗୁଡ଼ିକୁ ସେ କୁଶଳତାର ସହିତ ଚାଲାଇ ନ୍ୟାୟ ପ୍ରଦାନରେ ମୂଲ୍ୟବାନ ଅବଦାନ ରଖିଥିବାରୁ ଡିଜି ପୁଲିସ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।ତାଙ୍କର ଏହି ସଫଳତା ଦ୍ୱାରା ଗୁଣପୁରର ପ୍ରତିଷ୍ଠା ବଢ଼ିବା ସହିତ ଗୁଣପୁର କୋର୍ଟର ମର୍ଯ୍ୟାଦା ମଧ୍ୟ ରକ୍ଷା ପାଇଥିବା କୁହାଯାଉଛି।ଏହି ସମ୍ମାନ ପାଇବା ପରେ ସେ ନିଜର ଖୁସି ପ୍ରକାଶ କରି କହିଥିଲେ ଯେ, ଆଗାମୀ ଦିନରେ ମଧ୍ୟ ସେ ନିଷ୍ଠା ଓ ପ୍ରତିବଦ୍ଧତା ସହ କାମ କରି ନ୍ୟାୟ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବେ।

Leave A Reply

Your email address will not be published.