ସୋରଡ଼ା :-୨୦/୦୩/୨୬-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଗୋଛା ପଞ୍ଚାୟତର ବଡଗୋଛା ଗ୍ରାମର ହରିଜନ ସାହିରେ ଭୟାଭୟ ଅଗ୍ନିକାଣ୍ଡ । 20 ଟି ଘର ଜଳି ପୋଡି ପାଉଁଶ । ସୂଚନା ମୁତାବକ ହରିଜନ ସାହିର ଲୋକ ମାନେ ଘରେ ଶୋଇଥିବା ବେଳେ ହଟାତ୍ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଲୋକ ଘଟଣା ସମ୍ପର୍କରେ ସୋରଡ଼ା ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଅସ୍ପଷ୍ଟ ଥିବା ବେଳେ , କୌଣସି ଜୀବନ ହାନି ହୋଇନଥିବା ସୂଚନା ରହିଛି । ଏହି ଅଗ୍ନିକାଣ୍ଡରେ 20 ଟି ଘର ସହ ବହୁ ଅସବାହ ପତ୍ର ଗୋଟିଏ କାର ମଧ୍ୟ ପୋଡ଼ି ଯାଇଥିବା ସୂଚନା । ଯାହାର ଆନୁମାନିକ ମୂଲ୍ୟ ବର୍ତ୍ତମାନ ସୁଦ୍ଧା ଆକଳନ ହୋଇନି କିନ୍ତୁ ଲକ୍ଷାଧିକ ଟଙ୍କାର ଅସବାହ ପତ୍ର ପୋଡ଼ି ଯାଇଥିବା ସୂଚନା ରହିଛି ।
Sign in
Sign in
Recover your password.
A password will be e-mailed to you.