ଓଡ଼ଗାଁ, ୧୫।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ଯୁବ ବ୍ୟବସାୟୀ ଦେବପ୍ରସାଦ ଚୌଧୁରୀ (ଲିଟୁ) ରବିବାର ପରିବାର ସହ ବ୍ରହ୍ମପୁରରୁ ଓଡ଼ଗାଁକୁ ନିଜକାର ଓଡି ୩୩ ଭି ୮୦୮୨ ଚଳାଇ ଫେରୁଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ନିକଟ କରଡାବାଡି ଓ ଭଗବାନପୁର ମଧ୍ୟରେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଦେବପ୍ରସାଦଙ୍କ ସ୍ତ୍ରୀ କୁନମୁନ୍ ଚୌଧୁରୀ ଘଟଣାସ୍ଥଳରେ ପ୍ରାଣ ହାରାଇଥିବା ବେଳେ ଗୁରୁତର ଆହତ ଅବସ୍ଥାରେ ୮ ବର୍ଷୀୟ ପୁଅ ଦେବାଶିଷକୁ ଭୁବନେଶ୍ୱର ଏମ୍ସକୁ ନେଇଯାଉଥିବା ସମୟରେ ପଥରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଚାଳକ ଦେବପ୍ରସାଦ ଚୌଧୁରୀଙ୍କ ଛାତିରେ ଷ୍ଟେରିଂ ମାଡ଼ ହୋଇ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। କାରରେ ଥିବା ତାଙ୍କର କନିଷ୍ଠ କନ୍ୟା ସାମାନ୍ୟ ଆହତ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ଅନ୍ୟପଟେ ମୃତକ କୁନମୁନ୍ ଚୌଧୁରୀଙ୍କ ଶବକୁ ଭଞ୍ଜନଗର ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। କମ୍ ବୟସରେ ମା’ ଓ ପୁଅଙ୍କ ଏପରି ଦୁଃଖଦ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଓଡ଼ଗାଁ ଏନ୍ଏସି ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବନ୍ଧୁବର୍ଗ ଓ ପରିବାରଲୋକ ଏହି ଅଭାବନୀୟ ଘଟଣାରେ ଭାଙ୍ଗିପଡ଼ିଛନ୍ତି।
Sign in
Sign in
Recover your password.
A password will be e-mailed to you.