ବାଣପୁର:(ସେକ୍ କୌସର):ଶନିବାର ଦିନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ସହକାରୀ ଦୌରା ଜଜ ଅମରେଶ ମହାପାତ୍ର ୧୭ ବର୍ଷ ପୂର୍ବର ବହୁଚର୍ଚିତ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ସତ୍ୟନାରାୟଣ ପାଇକରାୟଙ୍କୁ ଆକ୍ରମଣ ଅଭିଯୋଗ ହୋଇଥିବା ମାମଲାର ରାୟ ଶୁଣାଇଛନ୍ତି l ଉକ୍ତ ମାମଲାରେ 14 ଜଣ ଅଭିଯୁକ୍ତଙ୍କ ବିରୋଧୀରେ ଚାର୍ଜସିଟ ଦାଖଲ କରାଯାଇଥିଲା l ଏହାପରେ ଉକ୍ତ ମାମଲା ବାଣପୁର ସହକାରୀ ଦୌରା ଜଜଙ୍କ କୋର୍ଟରେ ବିଚାରଧୀନ ଥିବା ଅବସ୍ଥାରେ ଚାରି ଜଣ ଅଭିଯୁକ୍ତଙ୍କ ଇତି ମଧ୍ୟରେ ମୃତ୍ୟୁ ଘଟିଥିଲା l ଉକ୍ତ ମାମଲା ସଂଖ୍ୟା ଏସଟି 37/115/2016 କୁ ବରିଷ୍ଠ ଆଇନଜୀବୀ ସନ୍ଦୀପ କୁମାର ମହାପାତ୍ର ଓ ରଞ୍ଜନ କୁମାର ବେଦମତ୍ତା ଅଭିଯୁକ୍ତଙ୍କ ପକ୍ଷରୁ ପରିଚାଳନା କରୁଥିଲେ l ସାକ୍ଷ ପ୍ରମାଣ ଅଭାବରୁ ସମସ୍ତ 10 ଜଣ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ ହୋଇଥିବା ରାୟ ପ୍ରକାଶ କରିଛନ୍ତି ବିଚାରପତି ଶ୍ରୀ ମହାପାତ୍ର l ସରକାରଙ୍କ ପକ୍ଷରୁ ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ସଚ୍ଚିତ ମିଶ୍ର ଏବଂ ରମେଶ କୁମାର ବିଷୋୟୀ ପରିଚାଳନା କରୁଥିଲେ l