ଓଡ଼ଗାଁ,୧୩।୩(ଶ୍ରୁମି): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସହର ଏବଂ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ବ୍ୟାଙ୍କ ଏଟିଏମ୍ ଗୁଡ଼ିକ ଏକ ପ୍ରକାର ଅଚଳ ହୋଇପଡ଼ିଥିବା ନେଇ ଅଭିଯୋଗ ହେଉଛି। ଓଡ଼ଗାଁ ସହରର ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିର ନିକଟରେ କଲେଜ୍ ରୋଡ୍ ଷ୍ଟୁଡିଓ ଛକ ନିକଟରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମ୍,ମନ୍ଦିର ରୋଡରେ ଥିବା ୟୁନିଅନ ବ୍ୟାଙ୍କ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଏଟିଏମ୍ ସହିତ ଅନ୍ୟାନ୍ୟ ବ୍ୟାଙ୍କ ଏଟିଏମକୁ ଟଙ୍କା ଉଠାଣ ପାଇଁ ଆସୁଥିବା ଗ୍ରାହକ ମାନଙ୍କୁ ବାରମ୍ବାର ନିରାଶ ହୋଇ ଫେରିବାକୁ ପଡ଼ୁଛି। କେଉଁ ଏଟିଏମର ସର୍ଭର ଡାଉନତ, ଅନ୍ୟ କେଉଁ ଏଟିଏମରେ ଟଙ୍କା ନାହିଁ। ଅନ୍ୟ କେଉଁଠି ଏଟିଏମ୍ ଅଚଳ ଯୋଗୁଁ ସଟର ପଡ଼ିଛିଯେ ଦୀର୍ଘ ଦିନ ଧରି ଖୋଲୁ ନାହିଁ। ପ୍ରକାଶ ଥାଉକି ଫୋନ୍ ପେ ମାଧ୍ୟମରେ ଅନଲାଇନ୍ ପେମେଣ୍ଟ କରିବା ଦ୍ବାରା ବେଳେ ବେଳେ ଠକଙ୍କ ଦ୍ବାରା ଠକେଇର ଶିକାର ହେବାକୁ ପଡ଼ୁଥିବାରୁ ବରିଷ୍ଠ ନାଗରିକ ମାନେ ଏଟିଏମ୍ ମାଧ୍ୟମରେ ଟଙ୍କା ନେଣଦେଣ କରିବାକୁ ପସନ୍ଦ କରୁଛନ୍ତି। ହେଲେ ବିଭିନ୍ନ କାରଣରୁ ଏଟିଏମ୍ ଗୁଡ଼ିକ ଅଚଳ ହୋଇପଡ଼ିବାରୁ ଜମାକର୍ତ୍ତାଙ୍କୁ ହିନସ୍ତା ହେବାକୁ ପଡ଼ୁଛି। ବିଶେଷ କରି ନୟାଗଡ଼ ଜିଲ୍ଲା ତଥା ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଭାବେ ପ୍ରସିଦ୍ଧି ଲାଭ କରିଥିବା ଓଡ଼ଗାଁ ଠାରେ ବିଜେ ପ୍ରଭୁ ଶ୍ରୀ ରଘୁନାଥଜୀଉଙ୍କ ଦର୍ଶନ ପାଇଁ ଆସୁଥିବା ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ମଧ୍ୟ ଏହି ସମସ୍ୟାର ଶିକାର ହେଉଛନ୍ତି। ଚଳିତ ମାସ ମାର୍ଚ୍ଚ ୨୭ ତାରିଖରୁ ଶ୍ରୀରାମ ନବମୀ ଯାତ୍ରା ଆରମ୍ଭ ବେଳକୁ ହଜାର ହଜାର ସଂଖ୍ୟାରେ ଭକ୍ତମାନଙ୍କ ସମାଗମ ହେବ। ଏହି ଯାତ୍ରା ୧୧ଦିନରୁ ଅଧିକ ଦିନ ଧରି ଚାଲିବ।ତେଣୁ ଖୁବଶୀଘ୍ର ସମ୍ପୃକ୍ତ ଏଜେନ୍ସି କିମ୍ବା ସଂସ୍ଥା ମାନେ ଏଟିଏମ୍ ଗୁଡ଼ିକ ସଜାଡ଼ିବାର ଆବଶ୍ୟକତା ରହିଛି।
Sign in
Sign in
Recover your password.
A password will be e-mailed to you.