ବେଲଗୁଣ୍ଠା-( ଶିବରାମ ଚୌଧୁରୀ ) ୧୩/୩-: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସିନେମା ହଲ୍ ଛକରେ ଏକ ଗଣ୍ଡଗୋଳ ମାମଲାରେ ପୋଲିସ ଉଭୟ ପକ୍ଷରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ କୋଳି ସାହିର ଚନ୍ଦ୍ରଶେଖର ପାତ୍ର ସିନେମା ହଲ୍ ଛକର କୁନା ବେହେରାଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ୧୨ ତାରିଖ ଦିନ ପୁଣି ଥରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ କୁନା ବେହେରା, ତାଙ୍କ ପତ୍ନୀ ପ୍ରମିଳା ଏବଂ ତାଙ୍କ ପୁଅ ମିଶି ଚନ୍ଦ୍ରଶେଖରଙ୍କୁ ଇଟାରେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଥିଲେ ଚନ୍ଦ୍ର ଶେଖର ପାତ୍ର ।ବେଲଗୁଣ୍ଠା ପୋଲିସ ଏହି ଦୁଇଟି ପୃଥକ ମାମଲାରେ ତଦନ୍ତ କରି ଚନ୍ଦ୍ର ଶେଖର ପାତ୍ରଙ୍କ ଅଭିଯୋଗ ଅନୂଯାୟୀ
୯୪/୨୬ ରେ ଏକ ମାମଲା ରୁଜ୍ଜୁ କରି ପୋଲିସ କୁନା ବେହେରା (୪୫) ଏବଂ ତାଙ୍କ ପତ୍ନୀ ପ୍ରମିଳା ବେହେରା (୩୬)ଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ବିଏନଏସ ର ବିଭିନ୍ନ ଧାରା ଯଥା ୧୨୬(୨)/୨୯୬/୧୧୫(୨) ଓ ୩୫୧(୨) ଅଧୀନରେ ମାମଲା ରୁଜ୍ଜୁ ହୋଇଥିବା ବେଳେ କୁନା ବେହେରାଙ୍କ କାଉଣ୍ଟର ଅଭିଯୋଗ କ୍ରମେ ୯୫/୨୬ ରେ ପୋଲିସ ଏକ ମାମଲା ରୁଜୁ କରି ଚନ୍ଦ୍ରଶେଖର ପାତ୍ର (୨୬)ଙ୍କୁ ମଧ୍ୟ ଗିରଫ କରିଛି। ତାଙ୍କ ବିରୋଧରେ ମଧ୍ୟ ସମାନ ଧରଣର ଧାରା ଲାଗିଥିବା ଜଣାପଡ଼ିଛି ।ଆଜି ପୋଲିସ ଗିରଫ ସମସ୍ତ ତିନି ଅଭିଯୁକ୍ତଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ନେଇ ଥାନାଧିକାରୀ ରେବତୀ ଶବର ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.