ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବାର ଅନ୍ତିମ ପର୍ଯ୍ୟାୟରେ ଜିଲ୍ଳାର ୧୦୮୨ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା

0 2

ନବରଙ୍ଗପୁର ତା ୧୩.୩.୨୦୨୬: ଅଶୋକ ସାହୁ,ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ ଠାରେ ଗତ ୧୦.୩.୨୦୨୬ ରୁ ଆରମ୍ଭ ହୋଇଥିବା ଚାରି ଦିନିଆ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ସମାପ୍ତ ହୋଇଯାଇଛି।ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ଜିଲ୍ଲାର ୧୦୮୨ ଜଣ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ଗ୍ୟାଷ୍ଟ୍ରୋ ଏନଡ୍ରୋଲୋଜି ରେ ୨୨୫, ଜେନେରାଲ ସର୍ଜରୀ ରେ ୧୨୮,କାଡିଓଲୋଜି ରେ ୧୬୩,ୟୁ ରେ ୮୭, ନ୍ୟୁରୋଲୋଜି ରେ ୩୫୭, ନେଫ୍ରୋଲୋଜି ରେ ୧୪୨ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସୁବାସ ଚନ୍ଦ୍ର ବୋଷ ମେଡିକାଲ କଲେଜ, କଟକ ରୁ ଆସିଥିବା ବିଶେଷଜ୍ଞ ଡାକ୍ତର ଙ୍କ ଦ୍ଵାରା କରାଯାଇଥିଲା।

ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ୧୯୯ ଜଣଙ୍କ ଅ ଲଟ୍ରାସାଉଣ୍ଡ,୫୩ ଜଣଙ୍କ ଇକୋ,୨୩ ଜଣଙ୍କ ଏଣ୍ଡୋସ୍କୋପି,୬୩ ଜଣଙ୍କ ଏକ୍ରେ ରେ,୩୧୮ ଜଣଙ୍କ ଲାବଟେଷ୍ଟ,୧୦୫ ଜଣଙ୍କ ଇ ସି ଜି,୪୪ ଜଣଙ୍କ ସିଟି ସ୍କାନ କରାଯାଇଥିଲା।ମୋଟ ୭ ଜଣ ରୋଗୀଙ୍କ ଅସ୍ତ୍ରୋପ୍ରଚାର କରାଯାଇଛି।ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ଓ ଚିକିତ୍ସା ସେବା ଦ୍ଵାରା ରୋଗୀମାନେ ଉପକୃତ ହେବେ ଓ ଶୀଘ୍ର ଉପଶମ ଲାଭ କରିବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.