ଓପିଜିସି ପକ୍ଷରୁ ଚକ୍ଷୁ ଶିବିର

0 2

ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ପକ୍ଷରୁ ସିଏସଆର ଅଧୀନରେ ଲଖନପୁର ବ୍ଲକ ତେଲେନପାଲି ପଞ୍ଚାୟତରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କେୟାର ନେଟ୍ରାମ ଏଲଏଲପି ସହଯୋଗରେ ଅନୁଷ୍ଠିତ ଶିବିରକୁ ଓପିଜିସିର ନିର୍ଦ୍ଦେଶକ (ଅପରେସନ୍) ଅଞ୍ଜନ ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସିନିୟର ଭିପି (ଅପରେସନ୍) ସୁକାନ୍ତ ମହାପାତ୍ର, ଇବଥର୍ମାଲ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକରି ଡା. ସଙ୍ଗୀତା ପଣ୍ଡା, ପରାମର୍ଶଦାତା ସିଏସଆର ପ୍ରଫୁଲ୍ଲ ଧଳ, ତେଲେନପାଲି ସରପଞ୍ଚ ଆକାଶ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସିଏସଆରର ବରିଷ୍ଠ ପରିଚାଳକ ହିମାଂଶୁ ଭୂଷଣ ବେହେରା, ଓପିଜିସି ସିଏସଆର ଦଳର ସଦସ୍ୟ ତାପସ ପଣ୍ଡା, ଅମର ସିଂହ ଶିବିର ସଂଯୋଜନା କରିଥିଲେ। କେୟାର ନେଟ୍ରାମର ଡାକ୍ତରୀ ଦଳ ମୋତିଆବିନ୍ଦୁ, ଦୃଷ୍ଟି ସମସ୍ୟା, ଅନ୍ୟାନ୍ୟ ଚକ୍ଷୁ ସମ୍ବନ୍ଧୀୟ ପରୀକ୍ଷା କରିଥିଲେ।

ଶିବିରରେ ତେଲେନପାଲି ପଞ୍ଚାୟତ ସହିତ ଅନ୍ୟ ପଞ୍ଚାୟତର ୩୯୪ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା। ୨୨ ଜଣ ମୋତିଆବିନ୍ଦୁରେ ପୀଡିତ ଥୂବା ଜଣାପଡ଼ିବାରୁ ଝାରସୁଗୁଡ଼ାର ମହାନଦୀ ନେତ୍ର ଚିକିତ୍ସାଳୟରେ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସ୍ଥାନାନ୍ତର କରାଯାଇଥିବା ପ୍ରକାଶ । ୩୦୧ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ଓପିଜିସିର ପକ୍ଷରୁ ଚଳିତ ମାସ ୧୩, ୧୫ ଏବଂ ୧୭ ତାରିଖରେ ଦଳଗାଁ, ତିଲିଆ ଏବଂ ରେମଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି।

Leave A Reply

Your email address will not be published.