ବଲାଙ୍ଗିରର ଫରେଷ୍ଟ ପାର୍କ ଉଦ୍ଘାଟନ କଲେ ନରସିଂହ

0

 

ସମସ୍ତଙ୍କ ସହଯୋଗ ହିଁ ବଲାଙ୍ଗିରକୁ ସମ୍ପୁର୍ଣ୍ଣ ବିକଶିତ କରିପାରିବ – ନରସିଂହ

ବଲାଙ୍ଗିର(ନିରୋଜ ମିଶ୍ର ) – ବଲାଙ୍ଗିର ସହର ଧିରେ ଧିରେ ବିକଶିତ ହେବାରେ ଲାଗିଛି । ୨୦୧୪ ମସିହା ପରେ ଆମେ ଅନେକ ପ୍ରକଳ୍ପ ହାତକୁ ନେଇଁଛୁଁ । କିଛି ସମ୍ପୁର୍ଣ୍ଣ ହୋଇଛି ଆଉ କିଛି ଆଗେଇ ·ଲିଛି । ଛୋଟ ହେଉ କି ବଡ ପ୍ରକଳ୍ପ ହେଉ ତାକୁ ସୁରୁଖୁରୁରେ ବିନା ପ୍ରତିବନ୍ଧକରେ ସମ୍ପୁର୍ଣ୍ଣ କରିବାକୁ ହେଲେ ସମସ୍ତଙ୍କର ସହଭାଗିତା ନିତାନ୍ତ ଆବଶ୍ୟକ ।  ତାହା ହେଲେ ହିଁ ଆମେ ବଲାଙ୍ଗିରକୁ ଏକ ସମ୍ପୁର୍ଣ୍ଣ ବିକଶିତ ସହର ହିସାବରେ ଆଗାମି ଦିନରେ ଦେଖିପାରିବା ବୋଲି ଆଜି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ବିରୋଧିଦଳ ନେତା ନରସିଂହ ମିଶ୍ର ବଲାଙ୍ଗିର ଆଦର୍ଶପଡା ଠାରେ ଫରେଷ୍ଟ ପାର୍କର ଉଦ୍ଘାଟନ ଅବସରରେ ଉପସ୍ଥିତ ବୁଦ୍ଧିଜିବୀ ଜନସାଧାରଣଙ୍କୁ ନିଜ ବକ୍ତବ୍ୟରେ କହିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଆଜି ଉଦ୍ଘାଟନ ହୋଇଥିବା ଫରେଷ୍ଟ ପାର୍କ ଆଜିଠୁ ଲୋକ ମାନଙ୍କ ପାଇଁ ଉସର୍ଗ କରାଗଲା । ଏହାକୁ ସମ୍ପୁର୍ଣ୍ଣ କରିବାରେ ଉଭୟ କୃଷି ଓ ଜଙ୍ଗଲ ବିଭାଗ ତଥା ସ୍ଥାନୀୟ ବୁଦ୍ଧିଜିବିମାନଙ୍କର ସହଯୋଗ ଅତି ପ୍ରଶଂସନିୟ । ଏହି ପ୍ରକଳ୍ପ ପାଇଁ ଜିଲ୍ଲା କୃଷି ବିଭାଗ ଜାଗା ଦେଇଥିବା ବେଳେ ଜଙ୍ଗଲ ବିଭାଗ ଅନୁଦାନରେ ଏହି ପାର୍କକୁ ସମ୍ପୁର୍ଣ୍ଣ କରାଯାଇଛି । ଆଗାମୀ ଦିନରେ ଉଭୟ ବିଭାଗର ସଚିବମାନେ ଏହି ପାର୍କ ପ୍ରତି ବହୁ ସାକାରତ୍ମକ ମନୋଭାବ ରଖିଛନ୍ତି ଆମେମାନେ ସମସ୍ତେ ସହଯୋଗ କଲେ ଏହା ଏକ ଉତ୍ତମ ଫରେଷ୍ଟ ପାର୍କ ରୂପେ ଆମେ ଗଢିତୋଳି ପାରିବା । ଉଦ୍ଘାଟନି ପରବର୍ତ୍ତି ସଭାରେ  ଏସିଏଫ୍ ବାବାଜି ରାଉଳ ସଭା ସଂଯୋଜନା କରିଥିବା ବେଳେ ନାଗରିକ କମିଟି ସଂପାଦକ ବିଷ୍ଣୁ ପ୍ରସାଦ କେଡିଆ ନିଜ ବକ୍ତବ୍ୟରେ ସ୍ଥାନୀୟ ବିଧାୟକ, ବନ ବିଭାଗ ଓ କୃଷି ବିଭାଗକୁ ଧନ୍ୟବାଦ ଦେଇଥିଲେ । ଡିଏଫ୍ଓ ସମିର ଶତପଥି ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ମଧ୍ୟ ଏହି ପାର୍କର ଉନ୍ନତିକରଣ ପାଇଁ ଅନେକ ଅର୍ଥର ଆବଶ୍ୟକତା ଅଛି ସେ ଦିଗରେ ବିଧାୟକ ଶ୍ରୀମିଶ୍ରଙ୍କ ସହଯୋଗ ଆମେ କାମନା କରୁଛୁଁ ବୋଲି କହିବା ସହ ଏହି ପାର୍କକୁ ସମ୍ପୁର୍ଣ୍ଣ କରିବା ଦିଗରେ ସ୍ଥାନୀୟ ନେତା ଅସିମ ପଟ୍ଟନାୟକଙ୍କ ସହଯୋଗ ଏବଂ ଉଦ୍ୟମକୁ ପ୍ରଶଂସା କରିଥିଲେ । ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ଉତ୍ତରରେ ବିଧାୟକ ଶ୍ରୀ ମିଶ୍ର କହିଥିଲେ ଆଗାମୀ ଦିନରେ ଏହାକୁ ଆହୁରି ସୁନ୍ଦର କରିବା ପାଇଁ ଫରେଷ୍ଟ ପାର୍କରୁ ଏକ ବ୍ରିଜ ଲକ୍ଷ୍ମୀଯୋର ଉପରେ ନିର୍ମାଣ କରାଯିବ ଯାହା ଦ୍ୱାରା କି ଲୋକେ କୃଷି ବିଭାଗ ରାସ୍ତାଦେଇ ପ୍ରବେଶ କରିବେ ଏବଂ ପ୍ରସ୍ତାବିତ ଲକ୍ଷ୍ମୀଯୋର ବ୍ରିଜରେ ବାହାରକୁ ବାହାରିବେ । ସଭାରେ ରେଞ୍ଜର ବିଜୟ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ । ଏହି ଉଦ୍ଘାଟନି କାର୍ଯ୍ୟକ୍ରମରେ ଅସିମ ପଟ୍ଟନାୟକ, ସୁଦାମ ସାହୁ, ବୁଲୁ ଦାନି, ଅସିତ ମିଶ୍ର, ସନ୍ତକ ବହିଦାର, ମନୀଷ ମିଶ୍ର, କୁଳ ସାହୁ, ମାନସ ମହାନ୍ତି,ଝୁପୁଲୁ ମହାନ୍ତି, ସଂଜୟ ମିଶ୍ର, ଅଭିନାଶ ସାଏ, ପ୍ରେମ ମିଶ୍ର, ଅଙ୍କିତ ସାହୁ, ଟିଟୁ ରଣା, ପ୍ରକାଶ ଦାସ, ସୁଜିତ ଖୁଆସ, ବିଦ୍ୟୁତ ନାଗ, ଶୁଭ୍ରାଂଶୁ ପଣ୍ଡା, ପ୍ରକାଶ ସାହୁ ଙ୍କ ସମେତ ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏବଂ ଉଭୟ ଜଙ୍ଗଲ ଓ କୃଷି ବିଭାଗର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.