ବିଜେଡି ଛାଡିଲେ, ବିଜେପିରେ ଯୋଗଦେବେ

0 2

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ଓ ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଆଜି ବିଧିବଦ୍ଧଭାବେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଶେଷ ସୂତ୍ରରୁ ଖବର ଆସନ୍ତା କାଲି ଭୂବନେଶ୍ୱରରେ ନିଜ ସମର୍ଥକଙ୍କ ସହିତ ବିଜେପିରେ ଯୋଗଦାନ କରିବେ ବୋଲି ଆପାତତଃ ସ୍ଥିର ହୋଇଛି.
ତାଙ୍କ ସମର୍ଥକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା କାଲି ଅପରାହ୍ନ ଚାରିଟା ବେଳେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଶ୍ରୀ ଜେନା ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ |ଜଣେ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟସ୍ଥତାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଶ୍ରୀ ରବି ଜେନା ଭେଟିଥିବା ଚର୍ଚା ହେଉଛି | ବିଜେପି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ସାମାନ୍ୟ ଅସନ୍ତୁଷ୍ଟ ଥିଲେ ବି ଦଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେ ନୀରବତା ଅବଲମ୍ବନ କରିଛନ୍ତି ବୋଲି ତାଙ୍କର ଜଣେ ସମର୍ଥକ କହିଛନ୍ତି |

 

Leave A Reply

Your email address will not be published.