ବସ୍ତା ୧୦/୩: ବସ୍ତା ବ୍ଲକ ଅନ୍ତର୍ଗତ ବାଉଁଶ ମୁଖା ଗ୍ରାମର ହରିଜନ ସାହି ରେ ମା ଅବଧ କଳିକା ଙ୍କ ବାର୍ଷିକ ଉତ୍ସବ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୋମବାର ସକାଳ ସମୟ ରେ ଗ୍ରାମର ଶତାଧିକ ପୁରୁଷ ମହିଳା ବିରାଟ କଳସ ଶୋଭାଯାତ୍ରାରେ ବାହାରି ଜଳକା ନଦୀରୁ ପାଣି ଆଣି ମା ଙ୍କ ର ଜଳାଭିଷେକ କରିଥିଲେ।କୋଉ ଆବାହମାନ କାଳ ରୁ ଏହି ସ୍ଥାନ ରେ ମା ଙ୍କ ଆବିର୍ଭାବ ହୋଇଛି ତାହା କେହି ଜାଣି ନ ଥିବା ବେଳେ ଗତ ୨୦୦୨ ମସିହା ମାଘ ସପ୍ତମୀରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା.ପରେ ୨୪ ବର୍ଷ ପୂର୍ବେ ଗ୍ରାମର ଏକ ଜଙ୍ଗଲିଆ ସ୍ଥାନରେ ଆବିର୍ଭାବ ହୋଇଥିବା ମା ଙ୍କ ବିଗ୍ରହକୁ ମନ୍ଦିର ଭିତରକୁ ଅଣାଯାଇ ସ୍ଥାପନା କରାଯାଇଥିଲା।ସେବେଠାରୁ ପ୍ରତିବର୍ଷ ମାଘ ସପ୍ତମୀ ଦିନ କୁ ମା ଙ୍କ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଉଛି।ପ୍ରତିଦିନ ସ୍ଥାନୀୟ ଗ୍ରାମବାସୀ ତଥା ବହୁ ଦୁରଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାଙ୍କୁ ଦର୍ଶନ କରିବାକୁ ଏଠାକୁ ଆସିଥାନ୍ତି। ତେବେ ଚାଳିତ ବର୍ଷ ଗ୍ରାମ ବାସୀଙ୍କ ପକ୍ଷରୁ ଖୁବ ଆଡମ୍ବରରେ ବାଜା, ଆଦିବାସୀ ନୃତ୍ୟ ଅତିଶବାଜି ମାଧ୍ୟମ ରେ ଶୋଭାଯାତ୍ରା କରାଯାଇଥିଲା। କମିଟି ସଭାପତି କେଶବ ବେହେରା,ସମ୍ପାଦକ ରବିନାରାୟଣ ଶତପଥି,ପ୍ରଭାକର ବୈଠା, ଦାମୋଦର ବୈଠା,ଭାସ୍କର ବୈଠା,ନଗେନ୍ଦ୍ର ଘଡ଼ାଇ,ନିମାଇଁ ଚରଣ ବେହେରା,ଏକାଦଶ ମୁଖି,ପଞ୍ଚାନନ ଜେନା,ଜଗବନ୍ଧୁ ଜେନା,କାର୍ତିକ ମୁଖି ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ।ଏହି ଅବସରରେ ନାମ ଯଜ୍ଞ ସହିତ ମା ଅବଧ କାଳିକ ଓ ମା ବଡାମ ଠାକୁରାଣୀଙ୍କ ବାର୍ଷିକ ପୂଜା ସହିତ,ଚୈତନ୍ୟ ମହାପ୍ରଭୁଙ୍କ ଆଗମନ ସହ ସଂକୀର୍ତନ ମେଳି ଅନୁଷ୍ଠିତ ହେବ.ଆସନ୍ତା ୧୨ ତାରିଖ ଦ୍ବିପହରରେ ପ୍ରସାଦ ସେବନ ବ୍ୟବସ୍ଥା ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଥିବା ବେଳେ ପୂଜକ ମାନଙ୍କର ମନ୍ତ୍ର ଧ୍ବନୀରେ ଗ୍ରାମରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ମନ୍ତ୍ର ଧୋନିରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା।
Sign in
Sign in
Recover your password.
A password will be e-mailed to you.
Next Post