ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ସହିତ ଅ।ମରଣ ଅନଶନରେ ବସିଛନ୍ତି ଗ୍ରାମବାସୀ

0 2

ଖୋର୍ଦ୍ଧାରୁ (ସେକ ଜାଫର ):  ଖୋରଧା ତହସିଲ ଅଧିନସ୍ଥ ବ୍ରହ୍ମପୁରା ମୌଜା ରେ ଥିବା ଖାତା ନମ୍ବର-୩୨୯, ପ୍ଲଟ ନମ୍ବର -୦୨, କିସମ – ପର୍ବତ ଜମି ରୁ କିଛି ଅସାମାଜିକ ମୃଷ୍ଟିମେୟବ୍ୟକ୍ତି ସାମୁହିକ ସ୍ୱାର୍ଥ ଓ ଧନଜୀବନ କୁ ପ୍ରାଧାନ୍ୟ ନଦେଇ ବେଆଇନ ଭାବରେ କମ୍ପ୍ରେସର ମେସିନ ସାହାଯ୍ୟ ରେ ପାହାଡ ଜମି ରେ ବିରାଟ ଗର୍ତ୍ତ କରିବା ସହିତ ଜିଲେଟିନ ଭଳି ମାରାତ୍ମକ ବିସ୍ପୋରକ ବ୍ଯବହାର କରି ରାତି ସାରା ପଥର ବିସ୍ପୋରଣ କରିବା ଦ୍ୱାରା ଅନେକ ଗୁଡ଼ିଏ ବାସଗୃହ ର କାନ୍ଥ ଏବଂ ଛାତ ଗୁଡ଼ିକ ଫାଟି କ୍ଷତିଗ୍ରସ୍ତ ହୋଇଥିବା ଘଟଣା ସଂପର୍କ ରେ ବହୁବାର ଖୋରଧା ଜିଲ୍ଲାପାଳ,ଉପ ଜିଲ୍ଲାପାଳ ଏବଂ ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ପ୍ରାଶାସନିକ ଅଧିକାରୀଙ୍କ ଉଦାସୀନତା କାରଣରୁ ପାହାଡ଼ ନିଲାମଧାରୀ ଙ୍କ ପ୍ରରୋଚନା ରେ କିଛି ଅସାମାଜିକ ଯୁବକ ଏହାକୁ ବିରୋଧ କଲେ ଗ୍ରାମ ର ମହିଳା ମାନଙ୍କୁ ଅସଭ୍ୟ ଭାଷା ରେ ଗାଳିଗୁଲଜ କରିବା ସହିତ ଜୀବନ ରେ ମାରିଦେବାର ଧମକ ଦେଉଛନ୍ତି l ଏପରିକି ଗ୍ରାମର ମହିଳା ମାନଙ୍କୁ ଉକ୍ତ ଅସାମାଜିକ ବ୍ୟକ୍ତି ମାନେ ସନ୍ଧ୍ୟା ସମୟରେ ଶୌଚ ହେବା ଏବଂ ଗ୍ରାମଦେବତୀ ଙ୍କ ନିକଟକୁ ଯିବା ସମୟ ରେ ଅସଦାଚରଣ କରୁଛନ୍ତି l ଉକ୍ତ ପାହାଡ ନିକଟରୁ ମାତ୍ର ୫୦୦ ମିଟର ବ୍ୟବଧାନ ରେ ଏକ ପେଟ୍ରୋଲ ପମ୍ପ, ଆଦର୍ଶ ବିଦ୍ୟାଳୟ, +୨ ବେସରକାରୀ ବିଦ୍ୟାଳୟ ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ କାର୍ଯ୍ୟଳୟ ଥିଲେ ମଧ୍ୟ ଏହାକୁ ଭୃକ୍ଷେପ ନକରି ରାତିଅଧରେ ପାହାଡ ବ୍ଲlଷ୍ଟିଂ କରିବା ଦ୍ୱାରା ବ୍ରହ୍ମପୁରା ଗ୍ରାମର ୩ ଜଣ ବ୍ୟକ୍ତି ଶ୍ରବଣ ଶକ୍ତି ହରାଇଥିବା ଅଭିଯୋଗ ହେବା ସହିତ ପଥର ଖଣ୍ଡମାନ ବାଜି ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଗୋରୁ ଙ୍କର ମୃତ୍ୟୁ ହୋଇଛି l ଏପରିକି ଅନେକ ଗୁଡ଼ିଏ ଶାଗୁଆନ ଗଛ କୁ କାଟି ବିକ୍ରୀ କରିଦିଆଯାଇଛି l ସେଠାରେ ଥିବା ଜଙ୍ଗଲ ରେ ବାରାହ ଏବଂ ଠେକୁଆ ଭଳି ବନ୍ୟ ଜନ୍ତୁ ମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରି ସେଠାରେ ରୋଷେଇ କରି ଖାଉଛନ୍ତି l ଉକ୍ତ ପାହାଡ଼ ରୁ ବେଆଇନ ଖଣି ଖନନ କୁ ବନ୍ଦ କରିବା ଏବଂ ଗ୍ରାମବାସୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁନେଇ ଗ୍ରାମବାସୀ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିବା ସମୟ ରେ ଜଣେ ମହିଳା ଘଟଣା ସ୍ଥଳରେ ଅଚେତ ହୋଇପଡ଼ିଥିଲେ, ଫଳରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଖୋରଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା l ଘଟଣା ସ୍ଥଳ ରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ପହଞ୍ଚି ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଗ୍ରାମବାସୀମାନେ ତାଙ୍କ ଜିଦ ରେ ଅଟଳ ରହିଥିଲେ l ଆନ୍ଦୋଳନକାରୀଙ୍କୁ ସମର୍ଥ ଜଣାଇ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ସୋନାଲି ସାହୁ ଧାରଣା ରେ ବସିରହିବା ସହିତ ଏହି ଘଟଣା ର ଖୁବ ଶୀଘ୍ର ସମାଧାନ ନ କଲେ ଏହାକୁ ଜନ ଆନ୍ଦୋଳନ ରେ ପରିଣତ କରାଯିବ ବୋଲି କହିଥିଲେ l

Leave A Reply

Your email address will not be published.